fbpx

ଇଣ୍ଡିଆନ କ୍ରିକେଟରଙ୍କୁ କପି କରିଲେ ହଂକଂ କ୍ରିକେଟର, ମ୍ୟାଚ ପରେ ଆଣ୍ଠୁମାଡ଼ି କରିଲେ …

ନୂଆଦିଲ୍ଲୀ: ବୁଧବାର ଦୁବାଇରେ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ଦର୍ଶକଙ୍କୁ ‘ସୁନ୍ଦର ମୁହୂର୍ତ୍ତ’ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ବିଜୟ ପରେ ହଂକଂ ବ୍ୟାଟ୍ସମ୍ୟାନ୍ କିଞ୍ଚିଟ୍ ଶାହା ଆଣ୍ଠୁମାଡି ତାଙ୍କ ପ୍ରେମିକାଙ୍କୁ ପ୍ରସ୍ତାବ ଦେଇଥିଲେ। ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷ ଏସିଆ କପ୍ ୨୦୨୨ ମ୍ୟାଚ୍ ପରେ ଭାରତୀୟ ମୂଳ କିଞ୍ଚିଟ୍ ଶାହା ଏହି ବିଶେଷ ଉତ୍ସବକୁ ବାଛିଥିଲେ। ଏହି ଦମ୍ପତି ତଥା ପ୍ରଶଂସକଙ୍କ ପାଇଁ ଏହି ମୁହୂର୍ତ୍ତଟି ଅତ୍ୟନ୍ତ ସ୍ମରଣୀୟ ଥିଲା ।

ଏହି ମ୍ୟାଚରେ ୨୬ ବର୍ଷୀୟ କିଞ୍ଚିଟ୍ ୨୮ ଟି ବଲରେ ୩୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୨ ଚୌକ ଓ ୧ ଛକା ଅନ୍ତର୍ଭୁକ୍ତ ଥିଲା ।ଆଇପିଏଲ୍ ୨୦୨୧ ରେ ମଧ୍ୟ ପ୍ରଶଂସକମାନେ ସମାନ ଦୃଶ୍ୟ ପାଇଥିଲେ, ଯେତେବେଳେ CSK ର ଷ୍ଟାର ଅଲରାଉଣ୍ଡର ଦୀପକ ଚହର ଜୟା ଭରଦ୍ୱାଜଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହା ପରେ ଦୁହେଁ ଚଳିତ ବର୍ଷ ଆରମ୍ଭରେ ବିବାହ କରିଥିଲେ। ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଘଟିଛି । ମ୍ୟାଚ ମଝିରେ ମଧ୍ୟ ଆମେ ପ୍ରଶଂସକ ମାନଙ୍କୁ ଏହି ଭଳି ହରକତ କରିଥିବାର ଦେଖିବାକୁ ପାଇଛୁ । ମ୍ୟାଚ ଭିତରେ ଏହା ଏକ ଅଲଗା ହିଁ ମୂହୁର୍ତ୍ତ ସୃଷ୍ଟି କରିଥାଏ । ଯାହା ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ।

Get real time updates directly on you device, subscribe now.