fbpx
BJD SKY
BJD SKY

୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ୬୪୦୨ ଜଣକୁ ମିଳିବ ନିଯୁକ୍ତି

BJD

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୭ ପ୍ରକଳ୍ପରେ ୫୧୧ କୋଟି ନିବେଶ କରାଯିବ ଏବଂ ଏଥିରେ ନିଯୁକ୍ତି ପାଇବେ ୬୪୦୨ ଜଣ ।

ଚନ୍ଦକାରେ ୫୧ କୋଟି ନିବେଶରେ ନିର୍ମାଣ ହେବ ପୋଷାକ ଫ୍ୟାକ୍ଟ୍ରି ଯେଉଁଥିରେ ୪୭୦୦ ଜଣକୁ ମିଳିବ ନିଯୁକ୍ତି । ସେହିଭଳି ଛତାବରରେ ମଧ୍ୟ ୫୨ କୋଟି ନିବେଶରେ ନିର୍ମାଣ ହେବ ଆଉ ଏକ ପୋଷାକ ଫ୍ୟାକ୍ଟ୍ରି ଏଥିରେ ୫୬୦ ଜଣକୁ ମିଳିବ ନିଯୁକ୍ତି । ବାଲେଶ୍ୱରରେ ୧୨୦ କୋଟି ନିବେଶରେ ତିଆରି ହେବ କ୍ରାଫ୍ଟ ପେପର ଫ୍ୟାକ୍ଟ୍ରି ଯେଉଁଠାରେ ୭୫୦ ନିଯୁକ୍ତି ମିଳିବ । ବୌଦ୍ଧରେ ୫୨ କୋଟି ନିବେଶରେ ଆଇଓସିଏଲ ତିଆରି କରିବ ସୋଲାର ପାୱାର ପ୍ଲାଣ୍ଟ ନିଯୁକ୍ତି ୬୫ । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୬୩ କୋଟି ଟଙ୍କା ନିବେଶରେ ୪ ତାରକା ହୋଟେଲ କରିବ ପ୍ରାଚୀ ରିସୋର୍ଟସ । ସମ୍ବଲପୁରରେ ୫୨ କୋଟି ନିବେଶରେ ପାଇପ୍ ଫ୍ୟାକ୍ଟ୍ରି କରିବ ସିଗମା ଟିଉବସ୍ ।

Get real time updates directly on you device, subscribe now.