fbpx
BJD SKY
BJD SKY

ଏଫଡିଆଇକୁ ଅନୁମତି ମିଳିଲେ ଅଷ୍ଟ୍ରେଲିଆ ଭଳି ହୋଇଯିବ ଓଡ଼ିଶା: ନୀତି ଆୟୋଗ ଉପାଧ୍ୟକ୍ଷ

BJD

ଭୁବନେଶ୍ୱରରେ ନୀତି ଆୟୋଗଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ । ବୈଠକରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ନୀତି ଆୟୋଗ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏହାଦ୍ୱାରା ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ସମକ୍ଷମ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ବୈଠକ ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ପ୍ରତିକ୍ରିୟା । ରାଜୀବ କୁମାର କହିଛନ୍ତି ଖଣି କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ଏଫଡିଆଇକୁ ଅନୁମତି ମିଳିଲେ ଅଷ୍ଟ୍ରେଲିଆ ଭଳି ହୋଇଯିବ ଓଡ଼ିଶା । ୨୦୧୧-୨୦୨୨ ମଧ୍ୟରେ ଦେଶ ତୁଳନାରେ ରାଜ୍ୟର ମୁଣ୍ଡ ପିଛା ଆୟ ବଢ଼ିଛି । କୁପୋଷଣ କ୍ଷେତ୍ରରେ ଓଡ଼ିଶା ଭଲ କାମ କରିଛି ବୋଲି କହିଛନ୍ତି ଉପାଧ୍ୟକ୍ଷ । ସେ ଆହୁରି କହିଛନ୍ତି ରାଜ୍ୟରେ ଖଣିଜ ପଦାର୍ଥ ଭରି ହୋଇ ରହିଛି । ରାଜ୍ୟରେ ଯେତିକି ଖଣିଜପଦାର୍ଥ ଅଛି ଓଡ଼ିଶା ଦେଶର ଅଷ୍ଟ୍ରେଲିଆ ହୋଇପାରିବ । ଓଡ଼ିଶାକୁ କଭଳି ଅଧିକ ନିବେଶ ଆସିବ ସେନେଇ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.