fbpx

ଘରେ ଚାର୍ଜରେ ବସିଥିବା ଇଲେକ୍ଟ୍ରିକ୍ ସ୍କୁଟିରେ ବିସ୍ଫୋରଣ: ୭ ବର୍ଷ ଶିଶୁର ମୃତ୍ୟୁ, ପିତା କରିଥିଲେ…

ନୂଆଦିଲ୍ଲୀ: ଯେବେବି ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟାଟେରୀ ଫାଟିବା ମାମଲା ବନ୍ଦ ହୋଇଥିବା ମନେହୁଏ, ସେବେ କିଛି ନୂଆ ମାମଲା ସାମ୍ନାକୁ ଆସିଥାଏ । ଏଥର ଦୁର୍ଘଟଣା ମୁମ୍ବାଇରେ ହୋଇଛି । ସେଠାରେ ଏକ ଇଲେକ୍ଟ୍ରିକ୍ ସ୍କୁଟି ବ୍ଲାଷ୍ଟ ହେବା ଫଳରେ ୭ ବର୍ଷର ଏକ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ଗାଡ଼ି ମାଲିକ ରାତି ସାରା ବ୍ୟାଟେରୀକୁ ଚାର୍ଜିଂରେ ଲଗାଇ ଦେଇଥିଲେ, ଯାହାଫଳରେ ବିସ୍ଫୋରଣ ହୋଇଥିଲା । ମୃତ ଶିଶୁ ଜଣକ ଶବବୀର ଅନସାରୀ ହୋଇଥିବା ଚିହ୍ନଟ କରାଯାଇଛି ।

ପୋଲିସର କହିବା ମୁତାବକ, ଏହି ଘଟଣା ୨୩ ସେପ୍ଟେମ୍ବରରେ ହୋଇଥିଲା । ଗତ ମାସରେ ଇଲେକ୍ଟିକ୍ ସ୍କୁଟି କିଣିଥିଲେ । ତେବେ ରାମ ଦାସ ନଗରରେ ଥିବା ଘରେ ଅନସାରୀ ନିଜ ଜେଜେ ମା’ଙ୍କ ସହ ହଲରେ ଶୋଇଥିଲା । କୁହାଯାଉଛି କି, ଅନସାରୀଙ୍କ ପିତା ରାତିରେ ଶୋଇବା ପୂର୍ବରୁ ସ୍କୁଟରକୁ ଚାର୍ଜିିରେ ଲଗାଇଥିଲେ । ୪.୩୦ରୁ ୫,୦୦ ଭିତରେ ସେ ଅଚାନକ୍ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ବ୍ଲାଷ୍ଟରେ ଅନସାରୀ ଜଳିଯାଇଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଅନସାରୀର ମୃତ୍ୟୁ ହୋଇଥିଲା । ଅନସାରୀଙ୍କ ପିତାମାତା ନିଜ ପୁଅର ମୃତ୍ୟୁ ପାଇଁ କମ୍ପାନୀକୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.