fbpx

ମାର୍କେଟରୁ ନକଲି ମେଡିସିନ କିଣୁଛନ୍ତି କି ? ହୋଇଯାଅନ୍ତୁ ସାବଧାନ, ଏହି ମାଧ୍ୟରେ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ବଜାରରୁ ବିଭିନ୍ନ ପ୍ରକାର ଔଷଧ ଆଣିଥାଆନ୍ତି । କିନ୍ତୁ ଆମେ ବହୁତ ସମୟରେ ଜାଣି ନଥାନ୍ତି ଯେ ଆମେ ଯେଉଁ ମେଡିସିନ ଖାଉଛନ୍ତି ତାହା ଅସଲି କିମ୍ବା ନକଲି । ତେବେ ମହାମାରୀ ପରଠାରୁ ଦେଶ ତଥା ରାଜ୍ୟରେ ନକଲି ମୋଡିସନ୍ କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବର୍ତ୍ତମାନ ପୁଣି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଭ୍ରାନ୍ତ ତଥା ଅବ୍ୟବହୃତ ଔଷଧ ବ୍ୟବହାରକୁ ରୋକିବା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସରକାର ସର୍ବାଧିକ ବିକ୍ରି ହେଉଥିବା ଔଷଧ ପାଇଁ ଏକ ‘ଟ୍ରାକ ଏବଂ ଟ୍ରେସ’ ବ୍ୟବସ୍ଥା ପ୍ରଣୟନ କରିବାକୁ ଯୋଜନା କରିଛନ୍ତି। ଯାହାଫଳରେ ଗ୍ରାହକମାନେ କିଣୁଥିବା ଔଷଧ ସୁରକ୍ଷିତ ଏବଂ ନକଲି ନୁହେଁ ବୋଲି ଶୀଘ୍ର ଯାଞ୍ଚ କରିପାରିବେ ।

ଏହା ଅଧୀନରେ, ପ୍ରଥମ ପର୍ଯାୟରେ , ୩୦୦ ଟି ସର୍ବାଧିକ ବିକ୍ରି ହେଉଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମେଡିସିନ ପ୍ୟାକେଜିଂ ଲେବଲରେ ବାରକୋଡ୍ କିମ୍ବା QR (Quick response- QR) କୋଡ୍ ପ୍ରିଣ୍ଟ କରିବେ । ପ୍ରାଥମିକ ଉତ୍ପାଦ ପ୍ୟାକେଜିଂରେ ବୋତଲ, କେନ୍ ,ଜାର, କିମ୍ବା ଟ୍ୟୁବ୍ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥିରେ ଲିକୁଇଡ ମେଡିସିନ୍ ରହିଥାଏ ।

କିପରି କରିବେ ଯାଞ୍ଚ:
ସରକାରୀ ପଦକ୍ଷେପ ଏବଂ ଆବଶ୍ୟକ ସଫ୍ଟୱେୟାର କାର୍ଯ୍ୟକାରୀ  ହେବା ପରେ ଗ୍ରାହକମାନେ ମନ୍ତ୍ରଣାଳୟର ଏକ ପୋର୍ଟାଲ (ୱେବସାଇଟ୍) ରେ ଏକ ସ୍ୱତନ୍ତ୍ର ଆଇଡି କୋଡ୍ ଦେଖାଇ ଔଷଧର ପ୍ରକୃତତା ଯାଞ୍ଚ କରିପାରିବେ। ପରେ ସେମାନେ ମୋବାଇଲ୍ ଫୋନ୍ କିମ୍ବା ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଏହାକୁ ଟ୍ରାକ୍ କରିବାକୁ ସକ୍ଷମ ହେବେ । ସମଗ୍ର ଫାର୍ମାସ୍ୟୁଟିକାଲ୍ ଶିଳ୍ପ ପାଇଁ ସିଙ୍ଗଲ ବାରକୋଡ୍ ଯୋଗାଇବା ପାଇଁ କେନ୍ଦ୍ରୀୟ ଡାଟାବେସ୍ ଏଜେନ୍ସି ସ୍ଥାପନ ସହିତ ଅନେକ ବିକଳ୍ପ ଅଧ୍ୟୟନ କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ। ତେବେ ଏହାକୁ କାର୍ୟ୍ୟକାରୀ କରିବାକୁ କିଛି ସପ୍ତାହ ଲାଗିପାରେ ।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ପ୍ରତି ଷ୍ଟ୍ରିପ୧୦୦ ଟଙ୍କାରୁ ଅଧିକ ଏମ୍. ଆର୍. ପି ଥିବା ବହୁ ସଂଖ୍ୟକ ଆଣ୍ଟିବାୟୋଟିକ୍, ହୃଦ୍‌ରୋଗ, ଯନ୍ତ୍ରଣାରୁ ମୁକ୍ତି ପାଇଥିବା ବଟିକା ଏବଂ ଆଣ୍ଟି-ଆଲର୍ଜି ମେଡିସିନ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି । ତେବେ ଏହି ପଦକ୍ଷେପ ପାଇଁ ଏକ ଦଶନ୍ଧି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଘରୋଇ ଫାର୍ମା ଶିଳ୍ପରେ ଆବଶ୍ୟକ ପ୍ରସ୍ତୁତି ଅଭାବରୁ ଏହାକୁ ଅଟକାଇ ରଖାଯାଇଥିଲା ।ଏପରିକି ରପ୍ତାନି ପାଇଁ ଟ୍ରାକ ଏବଂ ଟ୍ରେସ ମେକାନିଜମକୁ ଆସନ୍ତା ବର୍ଷ ଏପ୍ରିଲ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଗତ କିଛି ବର୍ଷ ମଧ୍ୟରେ ବଜାରରେ ନକଲି ଏବଂ ନିମ୍ନମାନର ଔଷଧ ବିକ୍ରି ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

Get real time updates directly on you device, subscribe now.