fbpx

୭୦ ବର୍ଷୀୟ ଶ୍ୱଶୁର ନିଜର ୨୮ ବର୍ଷୀୟ ବୋହୂକୁ କଲା ବିବାହ, କାହାଣୀ ଜାଣିଲେ ଚକିତ ହେବେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରରେ ୭୦ ବର୍ଷୀୟ ବ୍ୟକ୍ତି ନିଜର ୨୮ ବର୍ଷୀୟ ବୋହୂ ସହତ ବିବାହ ରଚିଛନ୍ତି । ବୟସର ଏହି ପରିଣତ ବୟସରେ ବୋହୂ ସହ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ସ୍ଥାନୀୟ ମନ୍ଦିରରେ ପରସ୍ପର ବେକରେ ବରଳମାଣା ପିନ୍ଧାଇ ଭଗବାନଙ୍କୁ ସାକ୍ଷୀ ମାନି ବିବାହ କରିଛନ୍ତି । ଶ୍ୱଶୁର ନିଜ ବୋହୂକୁ ପତ୍ନୀ ଭାବରେ ସ୍ୱୀକାର କରି ମଥାରେ ସିନ୍ଦୂର ଭରିଛନ୍ତି । ଏହି ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପରେ ଶ୍ୱଶୁର ଓ ବୋହୂ ସମ୍ପର୍କକୁ ନେଇ ଅନେକ ଆଲୋଚନା ହେଉଛି ।

ସୂଚନା ଅନୁସାରେ, ଯେଉଁ ବ୍ୟକ୍ତି ଜଣକ ବିବାହ କରିଛନ୍ତି, ସେ ବଡ଼ହଲଗଞ୍ଜ ଥାନାରେ ଚୌକିଦାର । ସେ ନିଜ ବୋହୂ ସହ ବିବାହ ରଚିଛନ୍ତି । ତେବେ ସ୍ଥାନୀୟ କୋତୱାଲୀ ଥାନା ଅଞ୍ଚଳର ଛପିୟା ଗାଁରେ ରହୁଥିବା କୈଳାଶ ଯାଦବଙ୍କ ବୟସ ୭୦ ବର୍ଷ । ସେ ନିଜ ମୃତ ପୁଅର ପତ୍ନୀ ପୂଜାଙ୍କ ସହ ମନ୍ଦିରରେ ବିବାହ କରିଛନ୍ତି, ଯାହାଙ୍କର ବୟସ ମାତ୍ର ୨୮ ବର୍ଷ । କୈଳାଶଙ୍କ ପତ୍ନୀଙ୍କ ମୃତ୍ୟୁ ୧୨ ବର୍ଷ ପୂର୍ବେ ହୋଇଥିଲା ଓ ତାଙ୍କର ତୃତୀୟ ପୁତ୍ରର ମୃତ୍ୟୁ କିଛି ବର୍ଷ ହେବ ହୋଇଥିଲା । ପୂଜା ଅନ୍ୟ କେଉଁଠାରେ ବିବାହ କରିବାକୁ ଯୋଜନା କରୁଥିଲେ । ଏହାର ସୂଚନା ଓ ଚର୍ଚ୍ଚା ଚାଲିଥିବା ବେଳେ ବୋହୂକୁ ପସନ୍ଦ କରିବାକୁ ଲାଗିଥିଲେ ଶ୍ୱଶୁର ।

ବୟସ ଓ ସମାଜକୁ ଭୁଲି ସେମାନେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ବୟସ୍କଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ମାତ୍ରେ ଥାନା ଅଞ୍ଚଳରେ ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ସକାରାତ୍ମକ ଓ ନକାରାତ୍ମକ କଥା ପରେ ବି ଦୁହେଁ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ଗାଁରେ ଚର୍ଚ୍ଚା ଚାଲିଛି କି, ଶ୍ୱଶୁରକୁ ବୋହୂର ବିବାହ ଅନ୍ୟ କେଉଁଠାରେ କରିଦେବାର ଥିଲା, କିନ୍ତୁ ଏହି ବୟସରେ ତାଙ୍କୁ ବିବାହ କରିବା ଉଚିତ୍ ନଥିଲା । କିନ୍ତୁ ଏଥିପାଇଁ ଦୁହେଁ ରାଜି ହୋଇଥିବେ, ନଚେତ୍ କଥା ବାହାଘର ଯାଏଁ ପହଞ୍ଚିନଥାନ୍ତା । ଅନ୍ୟପଟେ ଏବେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.