fbpx

ବହୁ କ୍ଷତିକାରକ ହେଉଛି ଏହି ୫ଟି ଆଣ୍ଡ୍ରୋଏଡ୍ ଆପ୍, ଗୋଟେ ମିନିଟରେ ଖାଲି କରିଦେବ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଫୋନର ବ୍ୟବହାର କେବଳ କଥାବାର୍ତ୍ତା ପାଇଁ ହେଉନି, ମୋବାଇଲ ସ୍ୱାର୍ଟଫୋନ ଅନେକ କାମ କରିବାରେ ଲାଗିଛି । ଫଟୋ ଉଠାଇବା ଠାରୁ ଆରମ୍ଭ କରି ଟଙ୍କା ଟ୍ରାନ୍ସଫର କରିବା ପର୍ଯ୍ୟନ୍ତ କାମ ଫୋନରେ କରାଯାଉଛି । ଏହି କାରଣରୁ ଆମ ଫୋନରେ ବ୍ୟାଙ୍କର କିଛି ଡିଟେଲ୍ସ ଷ୍ଟୋର ହୋଇ ରହୁଛି । ସେଥିପାଇଁ ହ୍ୟାକର୍ସମାନେ ଏହାର ଫାଇଦା ସର୍ବଦା ଉଠାଇବାକୁ ଚେଷ୍ଟା କରିଥାନ୍ତି ।

ଏଥିରେ ଲେକବେୟର ଜରିଆରେ ୟୁଜର୍ସ ମାନଙ୍କୁ ଟାର୍ଗେଟ କରାଯାଉଛି । ଏହି ମେଲବେୟର ୟୁଜର୍ସର ବ୍ୟାଙ୍କ ଆକାଉଣ୍ଟ ଡ଼ିଟେଲ୍ସ କୁ ସ୍କାମର୍ସ ପର୍ଯ୍ୟନ୍ତ ପହଁଚାବାରେ ସାହାଯ୍ୟ କରୁଛି । ରିପୋର୍ଟ ଅନୁସାରେ, ମେଲବେୟର ୟୁଜର୍ସର ଆକାଉଣ୍ଟ ନମ୍ବର, ଲଗଇନ ଆଇଡି ମଧ୍ୟ ଅନ୍ତର୍ଭୁକ୍ତ ରହୁଛି । କହିବାକୁ ଗଲେ ଆମେ ଆଜି ଆପଣଙ୍କୁ କିଛି ଆପ୍ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଏହାକୁ ଯଦି ଫୋନରେ ଇନଷ୍ଟଲ କରି ରଖିଥିବେ ତେବେ ଏହା ଆପଣଙ୍କ ଆକାଉଣ୍ଟ ଖାଲି କରିଦେବ ।

ରିପୋର୍ଟ ଅନୁସାରେ, ଆପଣଙ୍କ ଫୋନରେ ଯଦି File Manager Small, Lite, My Finances Tracker, Zetter Authentication, Codice Fiscale 2022 ଏବଂ Recover Audio, Images & Videos ଆପ୍ ଅଛି ତେବେ ଫୋନରୁ ତୁରନ୍ତ କାଟି ଦିଅନ୍ତୁ । ପ୍ରଥମେ ରିପୋର୍ଟରେ କୁହାଯାଇଛି ଯେ, ଏହି ଆପକୁ ଲକ୍ଷେ ଥର ଡାଉନଲୋଡ୍ କରାଯାଇଛି ଏବଂ ଏହି ଆପକୁ ନେଇ ସମୟ-ସମୟରେ ରିପୋର୍ଟ ମଧ୍ୟ ଆସୁଛି । ସେଥିପାଇଁ ଯେକୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ତାର ରେଟିଂ ଏବଂ ଅନ୍ୟାନ୍ୟ ଡିଟେଲ୍ସକୁ ନିଶ୍ଚୟ ଚେକ୍ କରନ୍ତୁ ।

Get real time updates directly on you device, subscribe now.