fbpx
BJD
BJD SKY
BJD SKY

ରାଜ୍ୟ ରାଜସ୍ୱ ବିଭାଗରୁ ହଟିଯିବ ୭୦ ବର୍ଷ ତଳର ପୁରୁଣା ନିୟମ: ବାସହରା, ଜମି ପଟ୍ଟା ପ୍ରଦାନ ଓ ଶ୍ରମିକ ସମସ୍ୟା ଦୂର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନସାଧାରଣଙ୍କ ସୁବିଧା ଓ ପ୍ରଶାସନିକ କାର୍ଯ୍ୟକୁ ସହଜ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ରାଜ୍ୟର ସରକାରଙ୍କର ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ଅନେକ ପୁରୁଣା ନିୟମ ଚାଲି ଆସୁଛି । ଏହିସବୁ ନିୟମ ଅନେକ ସମୟରେ ବାଧା ସୃଷ୍ଟି କରିଥାଏ । ଦିନକୁ ଦିନ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କାର୍ଯ୍ୟ ପରିସର ବଢ଼ିବରେ ଲାଗିଛି ।

ମାତ୍ର ଏ କ୍ଷେତ୍ରରେ ୭୦-୮୦ ବର୍ଷ ତଳର କିଛି ନିୟମ ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି । ସେଥିପାଇଁ ଏଭଳି ନିୟମକୁ ସଂଶୋଧନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ତାହାକୁ ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ କରାଯିବ । ଏଥିସହିତ ଆଉ କିଛି ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ମଧ୍ୟ କରିବାର ଆବଶ୍ୟକତା ରହିଛି । ଏହି ନିୟମ କାର୍ଯ୍ୟକାରୀ ହେବା ଫଳରେ ଜନସାଧାରଣଙ୍କ ଅନେକ ଦାବି ପୂରଣ ହୋଇପାରିବ ।

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗରେ ପୁରୁଣା କାଳର ବହୁ ନିୟମ ପ୍ରଚଳିତ ହୋଇ ଆସୁଛି । ଏହି ସବୁ ନିୟମ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି କରୁଛି । ବାସହରା, ଜମିପଟ୍ଟା, ଶ୍ରମିକଙ୍କ ସମସ୍ୟାକୁ ସଠିକ୍ ଭାବେ ସମାଧାନ କରାଯାଇ ପାରୁନାହିଁ । ଦେଶ ସ୍ୱାଧିନ ହେବା ପରେ ସରକାର ଜନକଲ୍ୟାଣ ପଦକ୍ଷେପ ଗ୍ରହଣ କରିବାକୁ ଇଚ୍ଛୁକ ଥିଲେ ହେଁ ଏହିସବୁ ନିୟମ ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିୟମକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି । ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ରାଜସ୍ୱ ବିଭାଗରେ ୨୯୦୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ସେଥିମଧ୍ୟରେ ୩୧୭ଟି ଓଏଏସ, ୧୧୦ଟି ଓଆରଏସ, ୧୧୦୩ଟି ଆରଆଇ ପଦବୀ ରହିଥିବା ବେଳେ ୪୪୩ଟି ନୂଆ ଅରଆଇ ସର୍କଲ ସୃଷ୍ଟି କରାଯାଇଛି ।

Get real time updates directly on you device, subscribe now.