fbpx

(Video) ଯୋଗ ଦିବସ ପୂର୍ବରୁ ଯୋଗ ଆସନ କରୁଛନ୍ତି ମୋଦୀ: ଭିଡିଓ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଯୋଗକୁ ବିଶ୍ୱସ୍ତରରେ ଆହୁରି ଲୋକପ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ ମୋଦୀ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜୁନ ୨୧ ତାରିଖରେ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ପାଳନ କରିବେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ସବା କ୍ୟୁରେସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ ମୋଦୀ ଏକ ଭିଡିଓ ସେୟାର କରି କିଛି ବାର୍ତ୍ତା ଦେଇଛନ୍ତି ।

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ କିଛିଟା ଯୋଗାସନ କରିବା ସହ ସମସ୍ତଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଭିଡିଓରେ ସେ କହିଛନ୍ତି ଯେ, ଶରୀର ଏବଂ ମନକୁ ସୁସ୍ଥ ରଖିବା ସହ ଖୁସି ରହିବା ପାଇଁ ଯୋଗ ଖୁବ ସାହାଯ୍ୟ କରିଥାଏ । ତେବେ ଚଳିତବର୍ଷ ଯୋଗ ଦିବସ ନ୍ୟୁୟର୍କ ମିଳିତ ଜାତିସଂଘର ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ସଭାପତି ସବା କ୍ୟୁରେସୀ ମଧ୍ୟ ଯୋଗ ଦେବାକୁ ଯାଉଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ ଆସନ୍ତା ସପ୍ତାହ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟର ନର୍ଥ ଲନ୍ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମାରୋହରେ ଯୋଗ ଦେବା ନେଇ ଖୁବ ଉତ୍ସାହିତ ରହିଛି । ତେବେ କ୍ୟୁରେସୀଙ୍କ ଏହି ଟ୍ୱିଟକୁ ନେଇ ମୋଦୀ ମଧ୍ୟ ଉତ୍ତର ରଖିଛନ୍ତି ।

ଯୋଗ ଦେଶ ଦୁନିଆକୁ ଯୋଡିବା ପାଇଁ ଯୋଗ ହେଉଛି ଏକମାତ୍ର ମାଧ୍ୟମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଆଉ ଏକ ଟ୍ୱିଟ ଜରିଆରେ ମୋଦୀ ଦେଶବାସୀଙ୍କୁ ସେମାନଙ୍କ ଜୀବନଶୈଳୀରେ ଯୋଗକୁ ଯୋଡିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦୀ । ତେଣୁ ବିଭିନ୍ନ ଯୋଗାସନକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ମୋଦୀ କହିଛନ୍ତି ଯେ, ଯୋଗ ଶରୀର ଏବଂ ମନ ଉଭୟକୁ ଖୁବ ଲାଭ ପହଞ୍ଚାଇଥାଏ । ଏହା ଶକ୍ତି, ନମନୀୟତା ଏବଂ ଶାନ୍ତିକୁ ବୃଦ୍ଧି କରାଇଥାଏ । ଆସନ୍ତୁ ଆମେ ଏହି ଯୋଗକୁ ନିଜ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ।

Get real time updates directly on you device, subscribe now.