fbpx
BSKY
BJD SHG SKY
BJD MC SKY

୯୨ ବର୍ଷ ବୟସରେ ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ୯୨ ବର୍ଷ ବୟସରେ ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନାଦି ଚରଣ ଦାସ ଯାଜପୁର ଲୋକସଭା ଆସନରୁ ୫ ଥର ନିର୍ବାଚିତ ହୋଇ ସଂସଦର ସଦସ୍ୟ ହୋଇଥିଲେ । ପୂର୍ବତନ ସାଂସଦ ଅନାଦି ଚରଣ ଦାସ ଦୀର୍ଘ ଦିନ ହେଲା ମଧୁମେହ ରୋଗରେ ପୀଡିତ ଥିଲେ ।

ଗତ ବର୍ଷ ଅଗଷ୍ଟରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଡାକ୍ତର ତାଙ୍କ ଛାତିରେ ଅସ୍ତ୍ରୋପଚାର କରି ପ୍ରେସମେକର ଲଗାଇଥିଲେ ।

ଯାଜପୁର ଲୋକସଭା ଆସନରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନାଦି ଚରଣ ଦାସ। କଂଗ୍ରେସ ଟିକେଟରୁ ୧୯୭୧, ୧୯୮୦ ଓ ୧୯୮୪ ମସିହାରେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୯ ଓ ୧୯୯୧ ମସିହାରେ ଜନତା ଦଳର ପ୍ରତିନିଧି ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ପୂର୍ବତନ ସାଂସଦ ଅନାଦି ଚରଣ ଦାସ ଅବିଭକ୍ତ କଟକ ଜିଲ୍ଲା ବିଜିପୁରରେ ୧୯୩୫ ମସିହା ଜାନୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନେତ୍ରମଣୀ ଦାସଙ୍କୁ ବିବାହ କରିଥିଲେ। ତାଙ୍କର ୪ ପୁଅ ଓ ଏକ ଝିଅ। ରାଜନୀତି ବ୍ୟତୀତ ସମାଜ ସେବାକୁ ସେ ଭଲ ପାଉଥିଲେ। ସେ ଦୀର୍ଘ ଦିନରୁ ମଧୁମେହ ରୋଗରେ ପୀଡିତ ଥିଲେ। ଗତବର୍ଷ ଅଗଷ୍ଟ ମାସରେ ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ତାଙ୍କର ଛାତିରେ ଅସ୍ତ୍ରୋପଚାର କରି ପେସମେକର ଲଗାଯାଇଥିଲା।

Get real time updates directly on you device, subscribe now.