fbpx

୭୦୦ କି.ମି ଦୂର ଚାଲି ଚାଲି ଗଲେ ନାବାଳିକା : ପ୍ରେମ ପାଇଁ ବ୍ଲେଡରେ କାଟିଲେ ହାତ

ଉତ୍ତରପ୍ରଦେଶ : ପ୍ରେମ ସବୁ ବେଳେ ଅନ୍ଧ ହୋଇଥାଏ । ପ୍ରେମରେ ମଣିଷ କିଛି ବି କରିପାରେ । ଏହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ଆସିଛି ଉତ୍ତରପ୍ରଦେଶର କାନପୁର ଦେହତରୁ । ସେଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ମିଶିବା ପାଇଁ ୭୦୦କି.ମି ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ।

ସୂଚନା ଅନୁସାରେ, ଝିଂଝକ କସ୍ୱେରେ ରହୁଥିବା ଜଣେ ଯୁବକ ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରାଇଭେଟ ଚାକିରୀ କରୁଥିଲେ । ସେଠାରେ ସେ ଜଣେ ନାବାଳିକାଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ । ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିନ୍ତୁ କିଛିଦିନ ପରେ ପ୍ରେମିକ ଜଣକ ନିଜ ଘରକୁ ଫେରିଥିଲେ । ପ୍ରେମିକର ଘରଲୋକ ଏହି କଥା ଶୁଣି ତାଙ୍କୁୁ ଝିଅ ସହ କଥା ନହେବା ପାଇଁ କହିଥିଲେ ଏବଂ ପ୍ରେମିକ ଜଣକ ତାହା ମାନି ପ୍ରେମିକା ସହ କଥା ହେବା ବନ୍ଦ କରିଦେଇଥିଲେ । ଫଳରେ ନାବାଳିକା ଯୁବକଙ୍କ ଗାଁକୁ ଯିବା ପାଇଁ ସ୍ଥିର କରି ଇନ୍ଦୋରରୁ ୭୦୦ କି.ମି ଦୂର କାନପୁରର ଝିଂଝକ ଆସି ପହଞ୍ଚିଥିଲେ ।

ନାବାଳିକା ଜଣକ ଯୁବକଙ୍କ ଘରେ ପହଞ୍ଚିଥିଲେ କିନ୍ତୁ ଯୁବକ ଜଣକ ମିଶିବା ପାଇଁ ରାଜି ହୋଇନଥିଲେ । ଏହାପରେ ନାବାଳିକା ନିଜର ନିୟନ୍ତ୍ରଣ ହରାଇ ହାତର ଶୀରକୁ ବ୍ଲେଡରେ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ସେ ପୋଲିସ ଷ୍ଟେସନ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ଅଚେତ ହୋଇପଡ଼ିଥିଲେ । ଏହାପରେ ପୋଲିସ ନାବାଳିକାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଚିକିତ୍ସା ପରେ ପୋଲିସ ପଚାରାଉଚାରା କରିବା ବେଳେ ନାବାଳିକା ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ । ବର୍ତ୍ତମାନ ପୋଲିସ ନାବାଳିକାଙ୍କୁୁ ଖୋଜିବା ଆରମ୍ଭ କରିଛିି ।

Get real time updates directly on you device, subscribe now.