fbpx
BSKY
BJD SHG SKY
BJD YOUTH SKY

Video: ଦାଢିରେ ୭୧୦ କ୍ରିସମାସ ଘଣ୍ଟି ଟାଙ୍ଗି କଲେ ୱାର୍ଲ୍ଡ ରେକର୍ଡ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅନେକ ଲୋକ ୱାର୍ଲ୍ଡ ରେକର୍ଡ କରିବା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କଳାପ କରନ୍ତି । ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ସାମିଲ କରିବା ପାଇଁ ନିଜର ଅଦ୍ଭୁତ କୌଶଳ ଦୁନିଆ ସାମ୍ନାରେ ପ୍ରକାଶ କରନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ୱାର୍ଲ୍ଡ ରେକର୍ଡ କରୁଥିବା ଲୋକଙ୍କର ଭିଡିଓ ଭାଇରାଲ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ନିଜ ଦାଢି ସାହାଯ୍ୟରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଖବର ଅନୁଯାୟୀ, ବ୍ୟକ୍ତି ଜଣଙ୍କ ନିଜ ଦାଢିରେ ୭୧୦ କ୍ରିସମାସ ଘଣ୍ଟି ଟାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ଏହି ଖବର ଜାଣିବା ପରେ ଲୋକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଜୋସ୍ ଷ୍ଟ୍ରାସର୍ ନାମକ ଜଣେ ବ୍ୟକ୍ତି ତାଙ୍କ ନାମରେ ଏହି ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଲେଖା ହୋଇଛି । ଏହି ବ୍ୟକ୍ତି ନିଜ ଛୁଟିଦିନରେ ଏଭଳି ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ସେ କିପରି ନିଜ ଦାଢିରେ ଘଣ୍ଟି ଲଗାଉଛନ୍ତି ।

ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଦାଢି ଉପରେ ରଙ୍ଗୀନ ଘଣ୍ଟି ଟାଙ୍ଗିବା ଦ୍ୱାରା ବ୍ୟକ୍ତି କିପରି ଖୁସି ହେଉଛନ୍ତି । ଏହି ରେକର୍ଡ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ । ଏହି ରେକର୍ଡ ଜାଣିବା ପରେ ଲୋକମାନେ ସୋସିଆଲ ମିଡିଆରେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.