fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀରେ ଏକାଠି ହେଲେ ବିଶ୍ୱର ୧୨୦ ସୁନ୍ଦରୀ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଦେଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୭୧ ତମ ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ପ୍ରତିଯୋଗିତାର ସମୟ ପାଖେଇ ଆସୁଛି । ଏଥର ଭାରତରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କ୍ରମରେ ସାରା ବିଶ୍ୱରୁ ୧୨୦ ଜଣ ପ୍ରତିଯୋଗୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତର ରାଜଧାନୀ ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି । ଏହି ମେଗା ଇଭେଣ୍ଟର ଆୟୋଜନ ମାର୍ଚ୍ଚ ୯ ତାରିଖରେ ମୁମ୍ବାଇସ୍ଥିତ ବିଶ୍ୱ ସମ୍ମିଳନୀ କେନ୍ଦ୍ରରେ ଆୟୋଜନ କରାଯିବ ।

ତେବେ ଆଜି ଦିଲ୍ଲୀରେ ୧୨୦ ପ୍ରତିଯୋଗୀଙ୍କ ଆଗମନ ସହ ବିଶ୍ୱ ସୁନ୍ଦରୀ ଫାଇନାଲ ପ୍ରତିଯୋଗିତାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏବେ ସମସ୍ତ ପ୍ରତିଯୋଗୀ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବେ । ମିସ୍ ୱାର୍ଲ୍ଡ ସଂଗଠନର ଅଧ୍ୟକ୍ଷ ତଥା ସିଇଓ ଜୁଲିଆ ମୋର୍ଲେ ସିବିଇଙ୍କ ସହିତ ସମସ୍ତ ପ୍ରତିଯୋଗୀ ରାଜଘାଟରେ ପହଞ୍ଚି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ଓ ସମାନତା ସିଦ୍ଧାନ୍ତ ସାରା ବିଶ୍ୱରେ ପିଢି ପରେ ପିଢି ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ମିସ୍ ୱାର୍ଲ୍ଡ ସଂଗଠନର ଥିମ୍ ବ୍ୟୁଟି ଉଇଥ୍ ପର୍ପୋଜ୍‌ରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥାଏ ।

ନିଜ ନିଜ ଦେଶର ପ୍ରତିନିଧିତ୍ୱ କରୁଥିବା ୧୨୦ ଜଣ ପ୍ରତିଯୋଗୀ ହୋଟେଲ ଅଶୋକାରେ ପହଞ୍ଚିଛନ୍ତି । ପୁରା ଗୋଟିଏ ସପ୍ତାହ ଏହି ସମସ୍ତ ପ୍ରତିଯୋଗୀ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ସମାଜସେବା କାର୍ଯ୍ୟରେ ଭାଗ ନେବେ । ଏଠାରେ ସେମାନେ କେବଳ ନିଜର ସୁନ୍ଦରତା କି ସୌମ୍ୟତା ନୁହେଁ ବରଂ ନିଜର ବୁଦ୍ଧିମତ୍ତା, ସହାନୁଭୂତି, ଓ ସାମାଜିକ ପ୍ରସଙ୍ଗ ପ୍ରତି ନିଜର ସଂକଳ୍ପ ପ୍ରଦର୍ଶନ କରିବେ । ତେବେ ଏହି ଖାସ୍ ଇଭେଣ୍ଟକୁ ଭାରତର ସିନି ସେଟ୍ଟୀ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି । ସିନି ପୂର୍ବରୁ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଜିତି ସାରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ୧୯୯୬ ପରେ ଭାରତରେ ଏହି ପ୍ରତିଯୋଗିତା ପୁଣି ଅନୁଷ୍ଠିତ ହେବାକୁ ଯାଉଛି ।

Get real time updates directly on you device, subscribe now.