fbpx

କଂଗ୍ରେସ ସହ ମେଣ୍ଟ ଓ ଆସନ ବୁଝାମଣା ନେଇ ସଙ୍କେତ ଦେଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟକୁ ନେଇ ମୁହଁ ଖୋଲିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସକାରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ଶେଷ ଭଲ, ସବୁକିଛି ଭଲ’ । ବାସ୍ତବରେ ଅଖିଳେଶ ଯାଦବଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରଶ୍ନ କରିଥିଲା ଯେ ଯଦି ସେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଦୁଇ ଥର ଯୋଗ ନ ଦିଅନ୍ତି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ହେବ କି ? ସେତେବେଳେ ସେ ଏହାର ଜବାବରେ କହିଛନ୍ତି, ” ଶେଷ ଭଲ ତ ସବୁକିଛି ଭଲ, ହଁ ମେଣ୍ଟ ହେବ । ଆସନ ବଣ୍ଟନକୁ ନେଇ କୌଣସି ବି ବିବାଦ ନାହିଁ । ମାତ୍ର କିଛି ଦିନ ମଧ୍ୟରେ ଆପଣମାନଙ୍କ ସାମ୍ନାରେ ସବୁ କିଛି ସ୍ପଷ୍ଟ ହୋଇଯିବ ।”

ତେବେ ସବୁଠୁ ବଡ଼ କଥା ହେଉଛି ତିନୋଟି ପ୍ରାର୍ଥୀ ତାଲିକା ଜାରି କରାଯିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଏପରି ବୟାନ ସାମ୍ନାକୁ ଆସୁଛି । ଗୋଟେପଟେ ଦେଖିବାକୁଗଲେ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ତାଙ୍କ ଦଳ ବିନା ଆସନ ବୁଝାମଣାରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦଳ ପକ୍ଷରୁ ତୃତୀୟ ତାଲିକା ପ୍ରକାଶ ପାଇଛି । ତାଙ୍କର କଂଗ୍ରେସ ମେଣ୍ଟକୁ ନେଇ ଉଠିଥିବା ପ୍ରସଂଗ ଆଗକୁ କଣ ହେବ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ।

 

 

Get real time updates directly on you device, subscribe now.