fbpx
BSKY
BJD MC SKY
BJD YOUTH SKY

ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ପିଲାଙ୍କ ପାଠପଢାକୁ ନେଇ ସବୁ ବାପା-ମା’ ବ୍ୟସ୍ତ। ପିଲା ଯେପରି ୧୦୦ ପ୍ରତିଶତ ନମ୍ବର ରଖିବ ସେଥିପାଇଁ ଅଭିଭାବକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ପିଲାକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ପଡ଼ିବ। ପାଠପଢ଼ା ହେଉ ବା କିଛି କାର୍ଯ୍ୟକଳାପ, ଆଜିକାଲି ପିଲାଙ୍କ ପାଇଁ ପ୍ରତିଯୋଗିତା ଅତ୍ୟନ୍ତ କଠିନ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏକ ତୀକ୍ଷ୍ଣ ମସ୍ତିଷ୍କ ରହିବା ନିହାତି ଆବଶ୍ୟକ । ସବୁ ମା’ମାନେ ଚାହାଁନ୍ତି କି ସେମାନଙ୍କ ପିଲା ଆଗରେ ରହୁ । ଏଥିପାଇଁ ତାଙ୍କୁ ଖାଇବା, ପିଇବା ଦିଗରେ ବିଶେଷଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ କିଛି ଜୁସ୍ ବିଷୟରେ, ଯାହା ପିଲାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ…

ବିଟ୍ ରସ:

ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ରସ ପିଲାମାନଙ୍କର ବିକାଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ତୀବ୍ର ହୋଇଥାଏ ଏବଂ ସ୍ମରଣ ଶକ୍ତି ବଢ଼ିଥାଏ ।

ଟମାଟୋ ରସ:

ଟମାଟୋ ରସରେ ଅନେକ ଜରୁରୀ ଭିଟାମିନ୍ ଏ, ଡି ଏବଂ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ ।

ଡାଳିମ୍ବ ରସ:

ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ । ପିଲାମାନଙ୍କର ଖାଦ୍ୟରେ ଡାଳିମ୍ବ ରସ ସାମିଲ କରନ୍ତୁ ।

ଆଲୋଭେରା ରସ:

ଆଲୋଭେରା ରସରେ ଭିଟାମିନ୍ ବି୬ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ସ୍ମୃତିଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ପିଲାମାନେ ପ୍ରତିଦିନ ଏହି ରସକୁ ଟନିକ୍ ପରି ପିଇବା ଉଚିତ୍ ।

ନଡିଆ ପାଣି:

ନଡିଆ ପାଣି ପିଇବା ଦ୍ୱାରା କିଛି ଜିନିଷ ଉପରେ ଧ୍ୟାନ ଦେବାର କ୍ଷମତା ବଢ଼ିଥାଏ । ପିଲାମାନଙ୍କର ମସ୍ତିଷ୍କକୁ ତୀକ୍ଷ୍ଣ କରିବା ପାଇଁ ନଡ଼ିଆ ରସ ବହୁତ ଭଲ ।

Get real time updates directly on you device, subscribe now.