fbpx

ବିଧାନସଭା ଓ ଲୋକସଭା ଆସନରେ ୫୦% ମହିଳାଙ୍କୁ ଟିକଟ ଦେବ କଂଗ୍ରେସ: ଅଳକା ଲାମ୍ବା

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ହଜାର ହଜାର ନେତା ଓ କର୍ମୀ । ବିଜେଡ଼ି ଶାସନରେ ମହିଳାମାନେ ଅସୁରକ୍ଷିତ, ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଥିବା ଅଭିଯୋଗ ଆଣି ନବୀନ ନିବାସ ଘେରାଉ କରିବାକୁ ବାହାରିଛି କଂଗ୍ରେସ ।

ଏହା ପୂର୍ବରୁ କଂଗ୍ରେସ ଭବନ ସାମ୍ନାରେ ଏକ ବିଶାଳ ମହିଳା ସମାବେଶ କରାଯାଇଥିଲା । ଏହି ସମାବେଶରେ ନାରୀ ନିର୍ଯାତନା ଓ ହିଂସା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅଳକା ଲାମ୍ବା । ଏହି ବିଶାଳ ସଭାକୁ ଉଦ୍ବୋଧନ ଦେଇ ସେ କହିଥିଲେ କଂଗ୍ରେସ ବିଧାନସଭା ଓ ଲୋକସଭା ଆସନରେ ୩୩ ନୁହେଁ ୫୦% ମହିଳାଙ୍କୁ ଟିକଟ ଦେବ କଂଗ୍ରେସ । ନିକଟରେ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶାରେ ମହିଳା ଓ କଂଗ୍ରେସର ମହିଳା ନେତ୍ରୀମାନଙ୍କୁ ରଣନୀତି ସମ୍ପର୍କରେ ଅବଗତ କରାଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେହିପରି ମହିଳା କଂଗ୍ରେସର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ବସି ଏହାକୁ ପୁର୍ନଗଠନ କରାଯିବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.