fbpx
BSKY
BJD MC SKY
BJD YOUTH SKY

Big Breaking; ସମ୍ପୂର୍ଣ୍ଣ ଭଙ୍ଗା ହେବ ଐତିହାସିକ ବାରବାଟୀ ଷ୍ଟାଡିୟମ! ସୂଚନା ଦେଲେ OCA ସମ୍ପାଦକ

କଟକ: ଓଡ଼ିଶାର ଅନ୍ୟତମ ପରିଚୟ କଟକ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆଲୋଚନା କରାଯାଉଛି । ୧୯୫୨ ମସିହାରୁ ଓଡ଼ିଶାକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାରବାଟୀ ଷ୍ଟାଡିୟମ ଭାଙ୍ଗି ଦିଆଯିବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । କାରଣ ବାରବାଟୀ ଷ୍ଟାଡିୟମ ପାଇଁ ନୂଆ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

କଟକ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ଆଜି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଷ୍ଟାଡିୟମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଖୁବଶୀଘ୍ର ଷ୍ଟାଡିୟମକୁ ଭଙ୍ଗାଯିବା ସହ ପୁଣିଥରେ ଏହାକୁ ନୂଆ କରି ତିଆରି କରିବାକୁ ଯୋଜନା କରାଯାଉଛି । ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏହି ଐତିହାସିକ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ବିଶ୍ୱସ୍ତରୀୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକଙ୍କ ପାଇଁ ଷ୍ଟାଡିୟମର କ୍ଷମତା ବୃଦ୍ଧି କରାଯିବ ।

ବର୍ତ୍ତମାନ ୪୨ ହଜାର ଦର୍ଶକ ବ୍ୟବସ୍ଥା ରହିଥିବା ବେଳେ ନୂଆ ଷ୍ଟାଡିୟମରେ ୬୦ ହଜାରକୁ ବୃଦ୍ଧି ପାଇବ ଦର୍ଶକ କ୍ଷମତା ।କଟକର ଏହି ଷ୍ଟାଡିୟମର ମୂଳଭିତ୍ତି ୧୯୫୨ ମସିହାରେ ତିଆରି ହୋଇଥିଲା । ତେଣୁ ଏହାକୁ ସମ୍ପୂର୍ଣ୍ଣ ଭଙ୍ଗା ନ ଗଲେ ନୂଆ କରି ତିଆରି ହେବା ସମ୍ଭବ ନୁହେଁ । ତେଣୁ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟାଡିୟମକୁ ସମ୍ପୂର୍ଣ୍ଣର୍ ଭ୍ଗାଯିବା ପରେ ଏହାର ନବନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Get real time updates directly on you device, subscribe now.