fbpx

୨୪ଘଣ୍ଟାରେ ସାମ୍ନାକୁ ଆସିଛି ୭୭୩ନୂଆ କେସ୍ 

ନୂଆଦିଲ୍ଲୀ, ୮ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି କୋଭିଡ଼-୧୯ ପାଇଁ ଟ୍ରେନିଂ ପୋର୍ଟାଲ ଲଞ୍ଚ ହୋଇଛି । ଏହାସହ  ମେଡ଼ିକାଲ ଷ୍ଟାପଙ୍କୁ ଜରୁରୀ ଉପକରଣ ଯୋଗାଯାଉଛି । ସଂକ୍ରମଣ ଚକ୍ର ଭାଙ୍ଗିବାକୁ କେନ୍ଦ୍ର, ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଆମ ଆକ୍ସନ ଜୋର ହେଉଛି । ଦରକାର ପଡ଼ିଲେ ଷ୍ଟାଡ଼ିୟମକୁ ବ୍ୟବହାର କରାଯିବ ।

ଅନ୍ୟପଟେ ସମସ୍ତ ତାଲାବନ୍ଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାକଡ଼ି ପାଳନ କରାଯାଉଛି । କରୋନା ହଟସ୍ପଟ ଗୁଡ଼ିକରେ କଡ଼ା ନଜର ରଖାଯାଇଛି ।  ଜରୁରୀ ସାମଗ୍ରୀ ଯୋଗାଣ ସନ୍ତୋଷଜନକ ରହିଛି ।  ଏଯାଏଁ ଦେଶରେ ୧,୨୧,୨୭୧ ନମୁନା ପରୀକ୍ଷା ହୋଇଛି ।  ଆକ୍ରାନ୍ତଙ୍କ ମଧ୍ୟରୁ ଦେଶରେ ୪୦୨ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।  ୨୪ଘଣ୍ଟାରେ ୭୭୩ନୂଆ କେସ୍ ସାମ୍ନାକୁ ଆସିଛି ବୋଲି ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.