fbpx

ଏପ୍ରିଲ ରୁ ଜୁଲାଇ ମଧ୍ୟରେ ୭୯ ଲକ୍ଷ ପିଲା କରାଇଛନ୍ତି ବାଲ୍ ଆଧାରକାର୍ଡ: UIDAI

ନୂଆଦିଲ୍ଳୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ ) ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ  ୫ ବର୍ଷରୁ କମ୍ ବୟସର ୭୯ ଲକ୍ଷରୁ ଅଧିକ ପିଲାଙ୍କ ପଞ୍ଜୀକରଣ କରିଛନ୍ତି । ଏନେଇ ଏକ ଅଧିକାରୀକ ବିବୃତ୍ତିରେ ସୋମବାର ଏହି ସୂଚନା ଦିଆଯାଇଛି ।

ବିବୃତ୍ତିରେ କୁହାଯାଇଛି ଯେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନୂଆ ଆଧାରକାର୍ଡ ତିଆରି କରିବା ଏବଂ ପିଲା ତଥା ଅଭିଭାବଙ୍କୁ ଏହାଦ୍ୱାରା ଫାଇଦା ଦେବା ପାଇଁ ବାଲ୍ ଆଧାର କାର୍ଡ କାର୍ଯ୍ୟକ୍ରମ କରାଯାଇଥିଲା ଏହି ନୂଆ ପଦକ୍ଷେପ ଅନୂଯାୟୀ ୭୯ ଲକ୍ଷରୁ ଅଧିକ ପିଲାଙ୍କ ପଞ୍ଜୀକରଣ ହୋଇଛି ।

ଏଥିରେ କୁହାଯାଇଛି ଯେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ ଅଧିକ ବୟସର ୨.୬୪ କୋଟି ପିଲାଙ୍କ ପାଖରେ ମାଇନର ଆଧାର କାର୍ଡ ଥିଲା, ଏହି ସଂଖ୍ୟା ବଢ଼ି ଜୁଲାଇ ଶେଷରେ ୩.୪୩ କୋଟି ହୋଇଛି ।

ୟୁଆଇଡିଏଆଇ କହିଛି ଯେ ହିମାଚଳ ପ୍ରଦେଶ ଏବଂ ହରିୟାଣା ଭଳି ରାଜ୍ୟରେ ପୂର୍ବରୁ ହିଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୭୦ ପ୍ରତିଶତରୁ ଅଧିକ ପିଲାଙ୍କ ପଞ୍ଜୀକରଣ ହୋଇସାରିଛି । ସେହିଭଳି, ଜମ୍ମୁ-କଶ୍ମୀର, ମିଜୋରାମ୍, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଏବଂ ଲାକ୍ଷାଦ୍ୱୀପ ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ଦିଗରେ ଭଲ କାମ କରିଛନ୍ତି ।

ଏହି ବିବୃତ୍ତିରେ କୁହାଯାଇଛି ଯେ ଦେଶରେ ପ୍ରାୟ ୯୪ ପ୍ରତିଶତ ଲୋକଙ୍କ ଆଧାର ପଞ୍ଜୀକୃତ ହୋଇଛି ଏବଂ ବୟସ୍କଙ୍କ ଶତ ପ୍ରତିଶତ ପଞ୍ଜିକରଣ ହୋଇଛି ।

Get real time updates directly on you device, subscribe now.