fbpx

ଓମିକ୍ରନ ପାଇଁ ଆସିଲା ଟିକା: Moderna ର ନୂଆ ଭାକ୍ସିନକୁ ବ୍ରିଟେନର ମଞ୍ଜୁରୀ

କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ପ୍ରକୋପକୁ ଦେଖି ବ୍ରିଟେନ ଏକ ନୂଆ ଭାକ୍ିସନକୁ ମଞ୍ଜୁରୀ ଦେଇଛି । ବ୍ରିଟେନରେ ଡ୍ରଗ ରେଗୁଲେଟର ମଡର୍ଣ୍ଣୋର ଅପଡେଟେଡ ଭର୍ସନକୁ ମଞ୍ଜୁରୀ ଦେଇଛି । ଏହା ସହ ବ୍ରିଟେନ ଓମିକ୍ରନ ଭାରିଆଣ୍ଟକୁ ଟାର୍ଗେଟ କରୁଥିବା କୋଭିଡ-୧୯ ଭାକ୍ିସନକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ ହୋଇଯାଇଛି ।

ବ୍ରିଟେନ୍ ଡ୍ରଗ୍ସ କଣ୍ଟ୍ରୋଲର କହିଛି ଯେ ଏମଏଚଆରଏ ମଡର୍ଣ୍ଣା ଦ୍ୱାରା ତିଆରି କରାଯାଇଥିବା ନୂଆ ଭାକ୍ିସନ ୧୮ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ଯୁବକଙ୍କ ପାଇଁ ବୁଷ୍ଟର ଡୋଜ୍ ଭାବରେ ଦିଆଯିବ । ବିଶେଷଜ୍ଞଙ୍କ କହିବା ଅନୂଯାୟୀ ମଡର୍ଣ୍ଣାର ଏହି ଟିକା ଓମିକ୍ରନ ଉପରେ ମଧ୍ୟ ପ୍ରଭାବୀ । ବ୍ରିଟେନ ଟିକାର କ୍ଲିନିକାଲ ଟ୍ରାଏଲ ଡାଟାକୁ ଦେଖି ମଞ୍ଜୁରୀ ଦେଇଛି । ତଥ୍ୟ ଅନୂଯାୟୀ, ନୂଆ ଭାକ୍ିସନର ବୁଷ୍ଟର ଡୋଜ୍ ଓମିକ୍ରନ ବିଏ.ବ ଏବଂ ୨୦୨୦ ର ପ୍ରକୃତ ଭାଇରାସ, ଉଭୟଙ୍କ ବିରୋଧରେ ଲଢ଼ିବା ସହ ମଜଭୁତ ଭାବରେ ପ୍ରତିରକ୍ଷା କରିବ ।

ବ୍ରିଟେନର ମେଡିସିନ ଆଣ୍ଡ୍ ହେଲ୍ଥକେୟାର ପ୍ରୋଡକ୍ଟସ ରେଗୁଲେଟରୀ ଏଜେନ୍ସୀ(ଏମଏଚଆରଏ) ଏକ ବୟାନରେ କହିଛି ଯେ ମଡର୍ଣ୍ଣାର ଏହି ନୂଆ ଭାକ୍ସିନର ଯାଞ୍ଚ ରେ ଏହା ସୁରକ୍ଷା, ଗୁଣବତ୍ତା ଆଦି ମାନଦଣ୍ଡରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି ।

Get real time updates directly on you device, subscribe now.