fbpx

ପ୍ରଶ୍ନପତ୍ର ବାତିଲ ପରେ ରଦ୍ଦ ହେଲା ବିପିଏସସି ୬୭ତମ ପରୀକ୍ଷା: କେମିତି ହେଲା ଲିକ୍ ? ଯାଞ୍ଚ କରିବ ସାଇବର ସେଲ୍

Advertisement

ପ୍ରଶ୍ନପତ୍ର ଭାଇରାଲ ହେବା ମାମଲା ପରେ ବିହାର ଲୋକ ସେବା ଆୟୋଗ ୬୭ ତମ ସଂଯୁକ୍ତ ପ୍ରାଥମିକ ପରୀକ୍ଷା(ପିଟି) କୁ ରଦ୍ଧ କରିଛି । ପ୍ରଶ୍ନପତ୍ର କେମିତି ଲିକ୍ ହୋଇଛି, କିଏ ଭାଇରାଲ କରିଛି, ଏହାର ଯାଞ୍ଚ ସାଇବର ସେଲ୍ ଦ୍ୱାରା କରାଯିବ । ପ୍ରଶ୍ନପତ୍ର ଭାଇରାଲ ହେବାର ଯାଞ୍ଚ ପାଇଁ ଗଠିତ ହୋଇଥିବା କମିଟି ରିପୋର୍ଟ ପରେ ଅଧ୍ୟକ୍ଷ ଆରକେ ମହାଜନ ପରୀକ୍ଷା ରଦ୍ଧ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ସୂଚନା ଅନୂଯାୟୀ, ବିପିଏସସି ୬୭ତମ ପ୍ରିଲିମିନାରୀ ପରୀକ୍ଷା ରବିବାର ୧୨ଟା ବେଳେ ଆରମ୍ଭ ହେବାର ଥିଲା । ଏହା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଭାଇରାଲ ପ୍ରଶ୍ନପତ୍ର ୧୧.୪୯ ରାଷ୍ଟ୍ରୀୟ ଛାତ୍ର ଏକତା ମଞ୍ଚ ଅଧ୍ୟକ୍ଷ ଦିଲୀପ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟକୁ ଇମେଲ କରିଥିଲେ । ପରୀକ୍ଷା ପରେ ପରୀକ୍ଷାର୍ଥୀ ମଧ୍ୟ ଦାବି କରିଥିଲେ ଯେ ଭାଇରାଲ ପ୍ରଶ୍ନପତ୍ର ପରୀକ୍ଷାରେ ଆସିଥିବା ପ୍ରଶ୍ନପତ୍ର ସହ ସମାନ ।

ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବିପିଏସସି ଯାଞ୍ଚ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରିଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଯାହାପରେ ଟିମ୍ ରବିବାର ରିପୋର୍ଟ ତଲବ କରିଛନ୍ତି । କମିଟି ପ୍ରଶ୍ନପତ୍ର ଭାଇରାଲ ହେବା କଥାକୁ ଠିକ୍ ବୋଲି ଦର୍ଶାଇଥିଲେ, ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଭାଇରାଲ ହୋଇଥିବା ପ୍ରଶ୍ନ ସହ ମେଳ ଖାଉଥିବା କହିଥିଲେ, ଯାହାପରେ ଆୟୋଗ ପରୀକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଉଲ୍ଲେଖଯୋଗ୍ୟ, ବିହାରରେ ୧୦୮୩ କେନ୍ଦ୍ରରେ ପରୀକ୍ଷଶ ହୋଇଥିଲା । ଏଥିରେ ପ୍ରାୟ ୭୫ ପ୍ରତିଶତ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.