fbpx

ଦିଲ୍ଲୀ ଉପରେ ଭାରି ପଡିଲେ ଚେନ୍ନାଇ ବୋଲର: ବିଶାଳ ସ୍କୋରର ପିଛା କରି ୧୧୭ରେ ଅଟକିଲା ପନ୍ତ ପାୱାର

ମୁମ୍ବାଇ: ଧମାକାଦାର ବ୍ୟାଟିଂ, ଆଉ ପରେ ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂରେ କମାଲ କରି ୨୦୯ ରନର ବିଜୟ ଲକ୍ଷ୍ୟ ଦେବା ପରେ ଦିଲ୍ଳୀକୁ ଧୂଳି ଚଟାଇଛି ଚେନ୍ନାଇ । ଧୋନୀଙ୍କ ବୋଲର ଆଗରେ ଦିଲ୍ଳୀର ଅଧିକାଂଶ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ଫେଲ ମାରିଛନ୍ତି । ଫଳରେ ମାତ୍ର ୧୧୭ ରନରେ ଅଟକି ଯାଇଛି ପନ୍ତ ପାୱାର । ଦମଦାର ପ୍ରଦର୍ଶନ କରି ଏହି ମ୍ୟାଚରେ ୯୧ ରନର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ ।

ଦଳ ତରଫରୁ ପାଳି ଆରମ୍ଭ କରିଥିବା ୱାର୍ଣ୍ଣର-ଭରତ ଯୋଡିକୁ ଦ୍ୱିତୀୟ ଓଭରରେ ହିଁ ଭାଙ୍ଗି ଦେଇଥିଲେ ସିମରଜିତ ସିଂହ । ଏହାପରେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ଦ୍ୱିତୀୟ ୱିକେଟ ଭାବରେ ।ଭିଡ ୱାର୍ଣ୍ଣରଭ୍କୁ ଶିକାର କରିଥିଲେ ମହୀଷ ତୀକ୍ଷଣା । ଏହାପରେ ଦିଲ୍ଲୀ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଥିଲେ ଚେନ୍ନାଇର ଅଲରାଉଣ୍ଡର ମୋଇନ ଅଲୀ । ମିଚେଲ ମାର୍ଶ, ରିପାଲ ପଟେଲ ଏବଂ ଅଧିନାୟକ ଋଷଭ ପନ୍ତଙ୍କୁ ଶିକାର କରି ଦିଲ୍ଲୀର ଦମ୍ଭ ଭାଙ୍ଗି ଦେଇଥିଲେ । ଫଳରେ ଦିଲ୍ଳୀର ଅଧିକାଂଶ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛନ୍ତି । ଦଳ ତରଫରୁ ମିଚେଲ ମାର୍ଶ ସର୍ବାଧିକ ୨୫ ରନ କରିଥିବା ବେଳେ ପନ୍ତ ୨୧ ଏବଂ ଡାଭିଡ ୱାର୍ଣ୍ଣର ୧୯ ରନ କରିଛନ୍ତି । ତେବେ ଶେଷ ସମୟରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର କିଛି ବଡ ଶଟ ଖେଳିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ୧୮ ବଲରୁ ୨୪ ରନ କରି ଡ୍ୱେନ ବ୍ରାଭୋଙ୍କ ଶିକାର ହୋଇଥିଲେ । ଏହାପରେ ମାତ୍ର ୧୧୭ ରନରେ ହିଁ ସମସ୍ତ ଅଲ ଆଉଟ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ଏହି ମ୍ୟାଚକୁ ୯୧ ରନରେ ଏକ ବିରାଟ ବିଜୟ ହାସଲ କରିଛି ।

ଚେନ୍ନାଇ ତରଫରୁ ସବୁଠାରୁ ବେଶୀ ପ୍ରଭାବ ପକାଇଥିଲେ ଅଲରାଉଣ୍ଡର ମୋଇନ ଅଲୀ । ୪ ଓଭରରେ ମାତ୍ର ୧୩ ରନ ଦେଇ ୩ଟି ମୂଲ୍ୟବାନ ୱିକେଟ ହାସଲ କରିଛନ୍ତି ମୋଇନ । ଏହାବ୍ୟତୀତ ସିମରଜିତ ସିଂହ, ମୁକେଶ ଚୌଧୂରୀ ଏବଂ ଡ୍ୱେନ ବ୍ରାଭୋ ପ୍ରତ୍ୟେକଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ମହୀଷ ତୀକ୍ଷଣା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.