fbpx

ବଙ୍ଗୋପସାଗରରେ ଭୟଙ୍କର ହେଉଛି ‘ଅସାନୀ’: ଆଜିଠୁ ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ, କାଲି ସନ୍ଧ୍ୟାରୁ ବର୍ଷିବ

୩ ଦିନ ଅଶାନ୍ତ ରହିବ ସମୁଦ୍ର, ୪ ବନ୍ଦରରେ ୧ ନଂ ବିପଦ ସଙ୍କେତ

ନୂଆଦିଲ୍ଲୀ/ଭୁବନେଶ୍ୱର,  : ବଙ୍ଗୋପସାଗରରେ ଭୟଙ୍କ ବାତ୍ୟାର ରୂପ ନେଇ ଆଗକୁ ବଢ଼ୁଛି  । ଏହାର ନାଁ ‘ଅସାନୀ’ ରଖାଯାଇଛି । ‘ଅସାନୀ’ର ଅର୍ଥ ହେଉଛି କ୍ରୋଧ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ, ବାତ୍ୟା ଅସାନୀ ଏବେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୬ କି.ମି. ବେଗରେ ଗତି କରୁଛି ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ସେହିଭଳି ପୋର୍ଟବ୍ଲେୟାର ଠାରୁ ଏହା ୩୫୦ କି.ମି. ଓ ବିଶାଖାପାଟଣା ଠାରୁ ୯୫୦ କି.ମି. ଦୂରରେ ରହିଛି । ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ଉତ୍ତର- ପଶ୍ଚିମ ଦିଗରେ ଏହାର ଗତି ବଜାୟ ରଖିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବ ଏବଂ ଭୀଷଣ ବାତ୍ୟାର ରୂପ ନେଇ ଆଗକୁ ମାଡ଼ିବ । ସେ ଆହୁରି କହିଛନ୍ତି ଯେ, ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସନ୍ଧ୍ୟା ବେଳକୁ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀପହଞ୍ଚିବ । ତେବେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି । ଏହାପରେ ଅସାନୀର ଦିଗ ପରିବର୍ତ୍ତନ ହେବ । ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ ଏବଂ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ମୁହାଁଇବ । ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ପବନର ବେଗ ୪୦ରୁ ୫୦ କି.ମି. ରହିବାର ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ୮୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ୩ ଦିନ ଧରି ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ଏହି ୩ ଦିନ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ବି ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ତୁରନ୍ତ କୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟର ୪ ବନ୍ଦରରେ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି । ଅନ୍ୟପକ୍ଷରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଅସାନୀ ଉପକୂଳ ନ ଛୁଇଁଲେ ମଧ୍ୟ ଏହା ଭୟଙ୍କର ରୂପ ଧାରଣ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ନେଇ ଗତି କରିବ । ଏହି ସମୟରେ ପବନର ବେଗ ୮୦ରୁ ୯୦ କିମି ରହିବ । ତେବେ ଏହା ଉପକୂଳରେ ମାଡ଼ ହେବାକୁ ନଥିବାବେଳେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

Get real time updates directly on you device, subscribe now.