fbpx

ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା

ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି ଠାରେ ଥିବା ବିଏସଏଫ କ୍ୟାମ୍ପରେ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ । ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମାନକଚର ସହରକୁ ସଜାଯାଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। କାମାକ୍ଷାବାଡ଼ିରେ ଥିବା ହେଲ୍ୟିାଡ଼, ମାନକଚରର ବଙ୍ଗଳା ସହିତ ବିଭିନ୍ନ ରାସ୍ତା ମରାମତି କରାଯାଇଛି ।

ପୋଲିସ, ବିଏସଏଫ ଏବଂ ଗୃହ ବିବାଗର ବିଭିନ୍ନ ବରିଷ୍ଠ ଅଧିକାରୀ ମାନକଚରରେ ପହଂଚିଛନ୍ତି । ଅମିତ ଶାହାଙ୍କ ମାନକଚାର ଗସ୍ତରେ ସ୍ଥାନୀୟ ଲୋକମାନେ ଖୁସି ଅଛନ୍ତି । ଆସାମ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଶାହା ଆଜି ରାତିରେ ଗୌହାଟୀରେ ପହଂଚିବେ । ମେ ୧୦ରେ ବିଜେପି ନେତୃତ୍ୱାଧିନ ମିଳିତ ସରକାରର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଶାହା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆସାମ ପୋଲିସର ୨୫ ବର୍ଷର ସର୍ବୋତମ ସେବା ପାଇଁ ରାଷ୍ଟ୍ରପତିଙ୍କ ହାତରେ ପ୍ରେସିଡେଂଟ କଲର୍ସ ଆୱାର୍ଡ଼ ପାଇବା ଆନନ୍ଦରେ ଗୌହାଟିର ଖାନପାରାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.