fbpx
BJD SKY
BJD SKY

କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ଦ୍ୱିଗୁଣା ଖୁସି, DA Hike ପରେ ବୃଦ୍ଧି ପାଇଲା HRA

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବଂ ପେନସନଧାରୀଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । ହୋଲି ପୂର୍ବରୁ ମହଙ୍ଗା ଭତ୍ତା ପରେ ହାଉସ ରେଟ ଆଲାଉନ୍ସରେ ବୃଦ୍ଧି ଘଟି କର୍ମଚାରୀମାନଙ୍କୁ ବଡ଼ ଉପହାର ମିଳିଛି । ଡିଏ ଏବଂ ଡିଆରକୁ ୪ ପ୍ରତିଶତର ବୃଦ୍ଧି ପରେ ୪୬ ପ୍ରତିଶତରୁ ବଢି ୫୦ ପ୍ରତିଶତ କରାଯାଇଛି ।

କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଡିଏରେ ବୃଦ୍ଧି ପରେ ତାଙ୍କୁ ୫୦ ପ୍ରତିଶତ ଡିଏ ଦିଆଯିବ । ହେଲେ ଏହା ପରେ ଡିଏକୁ ଜିରୋ କରିଦିଆଯିବ । କର୍ମଚାରୀମାନଙ୍କ ବେସିକ ସାଲାରୀରେ ୫୦ ପ୍ରତିଶତ ଡିଏକୁ ଯୋଡାଯାଇ ତାକୁ ଶୂନ କରାଯିବ । ଏହାପରେ ମହଙ୍ଗା ଭତ୍ତାର ଗଣନା ୦ରୁ ଆରମ୍ଭ ହେବ । ଏହା ସେତେବେଳେ କରାଯାଏ ଯେତେବେଳେ ନୂଆ ବେତନମାନ ଲାଗୁ କରାଯାଏ ।

କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଏକ୍ସ କାଟାଗୋରୀ ସହରର କର୍ମଚାରୀମାନଙ୍କ ପାଇଁ ଏଚଆରରେ ୩ ପ୍ରତିଶତ ବୃଦ୍ଧି ଘଟିଛି । ୧ ଜାନୁଆରୀରୁ ୨୭ ପ୍ରତିଶତ ପରିବର୍ତ୍ତେ ୩୦ ପ୍ରତିଶତ ଏଚଆରଏ ଦିଆଯିବ । ଏହାର କାରଣ ସରକାରୀ ଖର୍ଚ୍ଚରେ ୯ ହଜାର କୋଟି ବୃଦ୍ଧି ହେବ । ୱାଇ କାଟାଗୋରୀ ସହରର କର୍ମଚାରୀମାନଙ୍କ ପାଇଁ ଏଚଆରଏରେ ୨ ପ୍ରତିଶତ ବୃଦ୍ଧି ହୋଇଛି । ଯାହାପରେ ତାଙ୍କୁ ଦିଆଯିବାକୁ ଏଚଆରଏ ୧୮ ପ୍ରତିଶତରେ ବଢି ୧୦ ପ୍ରତିଶତ ହୋଇଯାଇଛି ।

କେନ୍ଦ୍ର ସରକାର ପୂର୍ବରୁ ତ୍ରିପୁରା ସରକାର ଏହାର ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଘୋଷଣା କରିଛନ୍ତି ଯେ ୧,୦୬,୯୩୨ କର୍ମଚାରୀ ଏବଂ ରାଜ୍ୟର ୮୨,୦୦୦ ପେନସନଭୋଗୀଙ୍କୁ ବର୍ଦ୍ଧିତ ମାହାଙ୍ଗା ଭତ୍ତା ପ୍ରଦାନ କରାଯିବ। DA ର ଏହି ବୃଦ୍ଧି ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ପରେ ରାଜ୍ୟ କର୍ମଚାରୀଙ୍କୁ ଦିଆଯାଇଥିବା ଡିଏ ୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.