fbpx

କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, କାଲି ମୋଦୀ ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭ ହଜାର ଟଙ୍କା !

ନୂଆଦିଲ୍ଲୀ: ନବରାତ୍ରୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛି । ଯଦି ଆପଣ ମଧ୍ୟ ଦରମା ବୃଦ୍ଧି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ଏକ ବିପୁଳ ପରିମାଣ ଆସିବାକୁ ଯାଉଛି । ନବରାତ୍ରୀର ପ୍ରଥମ ଦିନରେ କର୍ମଚାରୀଙ୍କ ଉପରେ ଲକ୍ଷ୍ମୀ ବର୍ଷା କରିବାକୁ ଯାଉଛନ୍ତି । ଆସନ୍ତାକାଲି ଅର୍ଥାତ୍ ନବରାତ୍ରୀର ପ୍ରଥମ ଦିନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ହେବାକୁ ଥିବା ବୈଠକରେ ସରକାର ମହଙ୍ଗା ଭତ୍ତା ବା ଡିଏ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଏଥର କର୍ମଚାରୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି ।

ଯଦି ଆମେ ପୁରୁଣା ବର୍ଷର ରେକର୍ଡ ଦେଖୁ ତେବେ ସରକାର ମାର୍ଚ୍ଚ ମାସରେ ଡିଏ ବୃଦ୍ଧି ଘୋଷଣା କରନ୍ତି । ୨୦୧, ୨୦୨୧ ଓ ୨୦୨୨ବର୍ଷରେ ମାର୍ଚ୍ଚର ଶେଷ ସପ୍ତାହରେ ଡିଏ ବୃଦ୍ଧିକୁ ଅନୁମୋଦନ ମିଳିଛି ଓ ଏଥର ମଧ୍ୟ ମାର୍ଚ୍ଚ ଶେଷ ସପ୍ତାହରେ ସରକାର ଡିଏ ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ବୁଧବାର ଅନୁଷ୍ଠିତ ବୈଠକରେ ମହଙ୍ଗା ଭତ୍ତାର ବୃଦ୍ଧିକୁ ମଞ୍ଜୁରୀ ମିଳିପାରେ । ମାର୍ଚ୍ଚ ମାସର ଶେଷ କ୍ୟାବିନେଟ ବୈଠକ ୨୯ ତାରିଖରେ ଅନୁଷ୍ଠିତ ହେବ, ତା’ପରେ ପୂର୍ବ ବୈଠକରେ ଡିଏ ବୃଦ୍ଧି ଘୋଷଣା କରି ସରକାର ମାର୍ଚ୍ଚ ମାସରେ କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ବେତନ ଟ୍ରାନ୍ସଫର କରିବେ ।

ଏଥର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ବର୍ତ୍ତମାନ କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ଡିଏ ପାଉଛନ୍ତି । ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ସର୍ବନିମ୍ନ ପରିସର ବେତନ ଥିବା କର୍ମଚାରୀଙ୍କ ବେତନରେ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ହେବ । ଏଥି ସହିତ ସର୍ବାଧିକ ବେତନ ସୀମା ଥିବା କର୍ମଚାରୀଙ୍କ ବେତନରେ ବାର୍ଷିକ ୨୭୩୧୨ ଟଙ୍କା ବୃଦ୍ଧି ହେବ ।

Get real time updates directly on you device, subscribe now.