fbpx

ଗିରଫ ଯୁବକଙ୍କୁ ଯୋଗାଇବୁ ଆଇନ ସହାୟତା: ଅକାଳୀ ଦଳର ଘୋଷଣା

ନୂଆଦିଲ୍ଲୀ: ଅପରେସନ ଅମୃତପାଳ ସମୟରେ ଗିରଫ ହୋଇଥିବା ଶିଖ୍ ଯୁବକଙ୍କୁ ଆଇନଗତ ସହାୟତ ଯୋଗାଇବ ଶିରୋମଣୀ ଅକାଳୀ ଦଳ । ବୁଧବାର ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଏହି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଅକାଳୀ ଦଳର ଆଇନ ସେଲ୍ର ଅଧ୍ୟକ୍ଷ ଅର୍ଶଦୀପ ସିଂହ କଲେରଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଯାହା ଜିଲ୍ଳାରେ ପାର୍ଟି ନେତାଙ୍କ ସହ ସମନ୍ୱୟ କରି ଯେଉଁଠାରେ ବି ଆଇନର ସହୟତା ଆବଶ୍ୟକ ହେବ ତୁରନ୍ତ ପ୍ରଦାନ କରିବ । ସେ ଦଳର ନେତାଙ୍କୁ ଶିଖ୍ ଯୁବକଙ୍କ ସହ ହେଉଥିବା ଅନ୍ୟାୟକୁ ରାଜ୍ୟ କମିଟି ନଜରକୁ ଆଣିବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୩ ରେ ଅମୃତସର ଅଜନାଲା ଥାନା ବାହାରେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହର ସମର୍ଥକମାନେ ହଙ୍ଗାମା କରିଥିଲେ । ସେମାନେ ଅମୃତପାଲର ସାଥୀ ଲଭପ୍ରୀତ ତୋଫାନର ଗିରଫକୁ ନେଇ ଥାନା ବାହାରେ ହିଂସାତ୍ମକ ବିରୋଧ କରିଥିଲେ । ଏହା ପରେ ମାମଲା ଆହୁରି ବଢ଼ିଥିଲା ।

ପରବର୍ତ୍ତୀ ସମୟରେ ଅମୃତପାଲ ଫେରାର ହୋଇଯାଇଥିଲା । ଯାହାକୁ ଖୋଜିବା ପାଇଁ ଏବେବି ପୋଲିସ୍ ଅପରେସନ୍ ଜାରି ରହିଛି । ଅନେକ ରାଜ୍ୟରେ ଅମୃତପାଲକୁ ଖୋଜା ଚାଲିଛି । ଅମୃତପାଲ ପାଞ୍ଚ ଦିନରୁ ଫେରାର ରହିଛି । ଯାହାକୁ ଖୋଜିବା ଏବେ ପଞ୍ଜାବ ପୋଲିସ୍ ଏବଂ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କୁ ପାଇଁ କାଠିକର ହୋଇପଡ଼ିଛି ।

Get real time updates directly on you device, subscribe now.