fbpx

ଜୁଲାଇରେ କେତେ ବଢ଼ିବ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ସମୟ ପୂର୍ବରୁ ବଡ଼ ଖୁଲାସା !

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ଗକା ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି, ଖୁବ୍ ଶୀଘ୍ର ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ୬୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୪୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ୧ ଜୁଲାଇ ୨୦୨୩ ରେ ପୁଣି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ବୃଦ୍ଧି ଘଟିବ ।

ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏଆଇସିପିଆଇ  ସୂଚକାଙ୍କ ଆକଳନ ଆଧାରରେ ଏହି ବୃଦ୍ଧି କରାଯାଇଛି । ଡିସେମ୍ବରରେ ହ୍ରାସ ପରେ ଜାନୁଆରୀ ପାଇଁ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଏହି ଆକଳନକୁ ଦେଖିବା ପରେ ଲାଗୁଛି ଯେ ଆସନ୍ତା ଜୁଲାଇରେ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିବ । ତେବେ ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ ଏଆଇସିପିଆଇ ସୂଚକାଙ୍କ ଆଧାରରେ ଜୁଲାଇରେ ଡିଏରେ ବୃଦ୍ଧି ଘଟିବ । ଜୁଲାଇ ପାଇଁ ଡିଏ ବୃଦ୍ଧି ସରକାରଙ୍କ ପକ୍ଷରୁ ପ୍ରାୟତଃ ସେପ୍ଟେମ୍ବରରେ ଘୋଷଣା କରାଯିବ ।

୧୩୨.୮ ପଏଣ୍ଟରେ ପହଞ୍ଚିଛି AICPI:-
ଡିସେମ୍ବର ୨୦୨୨ ସଂଖ୍ୟା ୧୩୨.୩ ପଏଣ୍ଟରେ ଥିଲା । ଗତ ଦିନ ଜାରି ହୋଇଥିବା ଜାନୁଆରୀ ୨୦୨୩ ର ଆକଳନ ୧୩୨.୮ ପଏଣ୍ଟରେ ପହଞ୍ଚିଛି । ଆଗାମୀ ସମୟରେ ଏଆଇସିପିଆଇ ଏହା ଉପରେ ଯାଇପାରେ । ଏଭଳି ପରିସ୍ଥିତିରେ ୧ଜୁଲାଇରୁ ପ୍ରଯୁଜ୍ୟ ଡିଏର ବୃଦ୍ଧି ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଜାନୁଆରୀ ପରେ ଆସୁଥିବା ଏଆଇସିପିଆଇ ସୂଚକାଙ୍କ ଆଧାରରେ ଜୁଲାଇ ପାଇଁ ଡିଏ ଘୋଷଣା କରାଯିବ ।

ସୂଚନା ମୁତାବକ, ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ବର୍ତ୍ତମାନ ଜାନୁଆରୀ ୨୦୨୩ ର ମହଙ୍ଗା ଭତ୍ତା ଘୋଷଣା କରାଯିବ । ଏହା ପରେ ଜୁଲାଇ ୨୦୨୩ ର ମହଙ୍ଗା ଭତ୍ତା ବା ଡିଏ ଘୋଷଣା କରାଯିବ ।

Get real time updates directly on you device, subscribe now.