fbpx
BSKY SKY
BSKY SKY

ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ଜିନପିଙ୍ଗ, ଭାଙ୍ଗିଲା ୪୦ ବର୍ଷର ପୁରୁଣା ପରମ୍ପରା

BSKY

ନୂଆଦିଲ୍ଲୀ:ତୃତୀୟ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ସି ଜିଙ୍ଗପିଙ୍ଗ। ଜାତୀୟ ଜନତା କଂଗ୍ରେସର ୧୪ ତମ ବୈଠକରେ ସି ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ମନୋନୀତ ହୋଇଛନ୍ତି । ୧୦ ମାର୍ଚ୍ଚ ୨୦୨୩ରୁ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ ହେଇଛି । ୬୯ ବର୍ଷରେ, ସେ ତାଙ୍କର ତୃତୀୟ କାର୍ଯ୍ୟକାଳ ସହିତ ଆଧୁନିକ ଚାଇନାରେ ଦୀର୍ଘତମ ସେବା କରୁଥିବା ରାଜ୍ୟ ମୁଖ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଚାରି ଦଶନ୍ଧି ଧରି ଚାଲିଆସୁଥିବା ପରମ୍ପରା ଭାଙ୍ଗିଗଲା:
ସି ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ସହିତ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଚାରି ଦଶନ୍ଧି ପୁରୁଣା ନିୟମ ଭାଙ୍ଗିଛି । ୧୯୮୨ ମସିହାରୁ ରାଷ୍ଟ୍ରପତି ପଦର କାର୍ଯ୍ୟକାଳ ୧୦ ବର୍ଷ ଥିଲା। ସିଙ୍କୁ ତୃତୀୟ ଥର ଏହି ପଦ ଜିତିବା ପରେ ଏହି ନିୟମ ଭଙ୍ଗ ହୋଇଛି।

ସୂଚନାମୁତାବକ ମାର୍ଚ୍ଚ ୫ ରେ ଚୀନ୍ ସଂସଦର ଜାତୀୟ ଲୋକ କଂଗ୍ରେସର ବୈଠକ ଆରମ୍ଭ ହୋଇଥିଲା। ଏହି ସପ୍ତାହବ୍ୟାପୀ ବୈଠକ ରେ ସିଙ୍କର ଅନେକ ନୀତି, ବିଶେଷକରି ଜିରୋ କୋଭିଡ୍ ନୀତି ଉପରେ ପ୍ରଶ୍ନ ଉଠିଥିଲା। ତେବେ ସି ଏହି ସମସ୍ତ ଅଭିଯୋଗକୁ ଦୂର କରିବାରେ ସଫଳ ହୋଇଥିଲେ। ଏହା ସହିତ ଆଗାମୀ ଦିନରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ପାଞ୍ଚ ପ୍ରତିଶତବୃଦ୍ଧି ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥି ସହିତ ଚୀନ୍ ୨୦୨୩ ମସିହାରେ ପ୍ରତିରକ୍ଷା ବଜେଟକୁ ୧୮ ଲକ୍ଷ କୋଟି ଟଙ୍କା ରଖିଛି। ଯାହା ଭାରତ ତୁଳନାରେ ତିନି ଗୁଣ ଅଧିକ। ତେବେ କୋଭିଡ ପରଠାରୁ ଚୀନ୍‌ର ଅର୍ଥନୀତି ମନ୍ଥର ଗତିରେ ବଢୁଛି ।

Get real time updates directly on you device, subscribe now.