fbpx

ଦୁଷ୍କର୍ମକାରୀଙ୍କୁ ୭ବର୍ଷ ଜେଲ୍ ଓ ଜୋରିମାନା

ଗଞ୍ଜାମ, ୧୬ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ସବୁଠାରେ ଦୁଷ୍କର୍ମ, ଅପହରଣ, ହତ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗଞ୍ଜାମ ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ବନମାଳୀ ନାୟକକୁ ୭ବର୍ଷ ଜେଲ ହୋଇଥିବା ସୂଚନା ମିଳିଛି । ଏହାସହ ୧୨ହଜାର ଟଙ୍କା ଜୋରିମାନା ମଧ୍ୟ ହୋଇଛି । ଏନେଇ ରାୟ ଶୁଣାଇଛନ୍ତି ବ୍ରହ୍ମପୁର ସ୍ପେଶାଲ ଟ୍ରାକକୋର୍ଟ । ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୦୦୯ ରେ ଏହି ଘଟଣା ଘଟିଥିଲା ।

Get real time updates directly on you device, subscribe now.