ଅମ୍ବାଲା: ହରିୟାଣାର ଅମ୍ବାଲା ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ସ୍ଥାନୀୟ କକ୍କଡ ମାଜରା ଗ୍ରାମ ନିକଟରେ ଏକ ଟ୍ରକ ଗୋଟିଏ ବସକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପାଖାପାଖି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ବସ୍ ଟି ଉତ୍ତରପ୍ରଦେଶର ବରେଲୀ ଗ୍ରାମରୁ ହିମାଚଳ ପ୍ରଦେଶ ବଦ୍ଦୀକୁ ଯାଉଥିବା ବେଳେ ପଞ୍ଚକୁଲା-ଯମୁନାନଗର ରାଷ୍ଟ୍ରୀୟ ରାଜମାର୍ଗରେ ଏହି ଦୁର୍ଘଟଣା ଘଟିଯାଇଛି ।
ବସରୁ ୩ ଜଣ ଯାତ୍ରର କକ୍କଡ ମାଜରାରେ ଓହ୍ଲାଉଥିବା ବେଳେ ଟ୍ରକ ଏହାକୁ ଧକ୍କା ଦେଇଥିଲା । ଫଳରେ ସମସ୍ତ ଆହତମାନଙ୍କୁ ନିକଟସ୍ଥ ଅମ୍ବାଲା ସିଟଇ ହସ୍ପିଟାଲ ଏବଂ ନାରାୟଣଗଡ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏଠଶରେ ୮ ଜଣଙ୍କ ମୃତ୍ୟୁ ନେଇ ଡାକ୍ତର ସୂଚନା ଦେଇଛନ୍ତି । ଏହାବ୍ୟତୀତ ୧୫ ଜଣ ଏବେ ବି ଗୁରୁତର ରହିଛନ୍ତି । ତେବେ ବସରେ ଯାତ୍ରା କରୁଥିବା ଲୋକ ପ୍ରାୟତଃ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଥିବା ନେଇ ସୂଚନା ଦେଇଛି ପୋଲିସ । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଟ୍ରକ ଚାଳକକୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି ।