fbpx

ପାକିସ୍ତାନ ଉପରେ କଡା ପ୍ରହାର: ଭାରତୀୟଙ୍କ ଗୁଳିରେ ଟଳିଲେ ୮ ପାକ୍ ଯବାନ୍

ଶ୍ରୀନଗର,୧୩ ।୧୧: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ ଦେଲା ଭାରତ । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ଭାରତର ପକ୍ଷରୁ କଡା ଜବାବ ଦିଆଯାଇଛି । ଭାରତୀୟ ଯବାନଙ୍କ ଗୁଳିରେ ୮ ପାକିସ୍ତାନୀ ଯବାନ ମୃତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତ ଯବାନଙ୍କ ମଧ୍ୟରେ ୨ ରୁ ୩ ଏସଏସଜି କମାଣ୍ଡୋ ଥିବା ସୂଚନା ମିଳିଛି । ଗୁଳିମାଡରେ ୧୦ରୁ ୧୨ ପାକିସ୍ତାନୀ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନର ଏକାଧିକ ବଙ୍କର ଓ ଲଞ୍ଚ ପ୍ୟାଡ ମଧ୍ୟ ଧ୍ୱଂସ ହୋଇଛି । ପୂର୍ବରୁ ଆଜି ପାକ୍ ସେନାର ଗୁଳିରେ ଭାରତର ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ୪ ଯବାନ ଓ ୪ ସାଧାରଣ ଳୋକଙ୍କ ପ୍ରାଣହାନୀ ଘଟିଥିଲା । ଉରି ଓ ଗୁରେଜ ସେକ୍ଟରରେ ପାକ୍ ଗୁଳିରେ ପ୍ରାଣହାନୀ ଘଟିଥିଲା । ତେବେ ଏବର୍ଷ ପାକିସ୍ତାନ ଦ୍ୱାରା ୪,୦୫୨ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି ।

Get real time updates directly on you device, subscribe now.