ବିଷାକ୍ତ ମଦ ପିଇ ଚାଲିଗଲା ୮ ଜୀବନ

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅବୈଧ ଭାବେ ବିଷାକ୍ତ ମଦ ପିଇବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨ ଜଣଙ୍କର ଅବସ୍ଥା ଗୁରୁତର ଅଛି । ପୋଲିସର କହିବା ମୁତାବକ, ଶନିବାର ଓ ରବିବାର ଦିନ ଏହି ଲୋକମାନେ ବିଷାକ୍ତ ମଦ ପିଇବାରୁ ସେମାନଙ୍କ ସ୍ୱାସ୍ଥବସ୍ଥା ବିଗିଡିଥିଲା । ଫଳରେ ସେମାନଙ୍କୁ ରତଲାମ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ ଏକ ଯାଞ୍ଚ କମିଟି ଗଠନ ହୋଇଛି । ୫ଟି କମିଟିରେ ୨୫ ଅଧିକାରୀଙ୍କୁ ସାମିଲ କରାଯାଇଛି । ଲକ୍-ଡାଉନ୍ ସମୟରେ ମଦ କେଉଁଠୁ ଆସିଲା ଓ କିଏ ବିକ୍ରି କରୁଥିଲା ବୋଲି ତଦନ୍ତ ଚାଲିଛି ।

Get real time updates directly on you device, subscribe now.