fbpx

ଓମିକ୍ରନ୍‌ ସହିତ ଲଢ଼ିବାରେ ଶକ୍ତି ଯୋଗାଇବ ୮ଟି ସୁରଫୁଡ୍‌, ନିତିଦିନିଆ ଖାଦ୍ୟରେ କରନ୍ତୁ ସାମିଲ୍

ନୂଆଦିଲ୍ଲୀ:  କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ବ୍ୟାପିସାରିଲାଣି । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦେଶରେ ଏଯାବତ୍‌ ଓମିକ୍ରନର ୭୭୪୩ ମାମଲା ସାମନାକୁ ଆସିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଶରୀରର ଉପଯୁକ୍ତ ଯତ୍ନ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏଥିସହିତ ଶରୀରରେ ଇମ୍ୟୁନିଟି ବଢ଼ାଇବ ଭଳି ଜିନିଷ ସେବନ କରିବା ପାଇଁ ମଧ୍ୟ କହୁଛନ୍ତି । ଏଭଳି ପରିସ୍ଥିତିରେ କିଛି ଖାଦ୍ୟ ରହିଛି ଯାହାକୁ ସେବନ କରିବା ଦ୍ୱାରା ଶରୀରରେ ଉନ୍ନତି ଆସିବା ସହିତ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିବ ଓ ଓମିକ୍ରନ ସହିତ ଲଢ଼ିବାରେ ମଧ୍ୟ ସହାୟକ ହେବ । ତେବେ ଇମ୍ୟୁନିଟି ବଢ଼ାଇବା ଭଳି ଜିନିଷ ବଢ଼ାଇବା ଭଳି ୮ଟି ଜିନିଷ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ନିତିଦିନିଆ ଖାଦ୍ୟରେ ଏହି ୮ଟି ସୁରଫୁଡ୍‌ କୁ ମିଶାନ୍ତୁ । ସେଗୁଡ଼ିକୁ ହେଉଛି ଘିଅ, କନ୍ଧମୁଳ, ଅଁଳା, ଖଜୁରୀ, ଗୁଡ଼, ବାଜରା, ଅଦା ଓ ଖଟା ଫଳ । ଏହି ୮ଟି ଜିନିଷକୁ ଦୈନିନ୍ଦିନ ଖାଦ୍ୟ ସାରଣୀରେ ରଖନ୍ତୁ । କାରଣ ଏହି ୮ଟି ଜିନିଷରେ ପୋଷକତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ନ୍ୟୁଟ୍ରିସନ୍‌, ଭିଟାମିନ୍‌, ମିନେରାଲ୍‌ ମଧ୍ୟ ଉପଯୁକ୍ତ ପରିମାଣରେ ରହିଛି ।

Get real time updates directly on you device, subscribe now.