fbpx

୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ଟିମ୍

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ତରବୋଡ ଗ୍ରାମର ସନ୍ତୋଷ ଅହୀର (୩୨) ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ସନ୍ତୋଷ ଏକ ୧୩୨ କେ.ଭି. ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଦମକଳ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସନ୍ତୋଷ ତଳକୁ ଓହ୍ଲାଇବାକୁ ପ୍ରଥମେ ରାଜି ହୋଇନଥିଲେ । ତେବେ ବହୁ ବୁଝାଶୁଝା କରିବା ପରେ ସେ ଦମକଳବାହିନୀଙ୍କ ସହାୟତାରେ ତଳକୁ ଆସିଥିଲେ । ସେପଟେ ଘଟଣାଟି ରବିବାର ଅପରାହ୍ଣରେ ଘଟିଥିଲାବେଳେ ସନ୍ତୋଷଙ୍କ ଆତ୍ମହତ୍ୟା କରିବା ପାଇଁ ହୋଇଥିବା ଉଦ୍ୟମ ପଛରେ କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଚାଲୁ ରଖିଛି ।

Get real time updates directly on you device, subscribe now.