fbpx
BJD SKY
BJD SKY

‘ପୁଲିସ୍ ଅଙ୍କଲ୍ ୫ଟି ହତ୍ୟା ହୋଇଛି, ଆପଣ ଶୀଘ୍ର ଆସନ୍ତୁ ମୁଁ ଏକୁଟିଆ ଅଛି’- ୮ବର୍ଷର ଝିଅ ଫୋନରେ ଏପରି କହିବା କ୍ଷଣି ପୁଲିସ୍ ପହଞ୍ଚି ଦେଖିବା ବେଳକୁ………..

BJD

ଗାଜିଆବାଦ୍: “ପୁଲିସ୍ ଅଙ୍କଲ୍ ୫ଟି ହତ୍ୟା ହୋଇଯାଇଛି, ୫ ନମ୍ବର ଗଳି ସରକାରୀ ସ୍କୁଲ୍ ପାଖରେ । ଆପଣ ଶୀଘ୍ର ଆସନ୍ତୁ ମୁଁ ଏଠି ଏକୁଟିଆ ଅଛି” । ଗାଜିଆବାଦ୍ ପୁଲିସ୍ କୁ ଗତ ମଙ୍ଗଳବାର ଅର୍ଥାତ୍ ଜୁଲାଇ ୨୧ ତାରିଖ ସମୟ ଅପରାହ୍ନ ୨ଟା ୩୦ ମିନିଟ୍ ଏହିଭଳି ଏକ କଲ୍ ଆସିଥିଲା । ଆଉ ଫୋନ୍ ରେ ଥିଲା ଏକ ଛୋଟ ଛୁଆ । ସେ ଏହିପରି ଭାବରେ କିଛି ସୂଚନା ଦେଇଥିଲା । ଛୋଟ ଛୁଆଟିର କହିବା ପରେ ପୁଲିସ୍ ଯେତେବେଳେ ଉକ୍ତ ସ୍ଥାନରେ ପହଞ୍ଚିଥିଲା । ସେଠାରେ ଘଟଣା କିଛି ଅଲଗା ରହିଥିଲା ।

ମିଡିଆ ରିପୋର୍ଟ ମୁତାବକ, କ୍ଲାସ୍ ୩ ରେ ପାଠ ପଢ଼ୁଥିବା ଗୋଟିଏ ୮ବର୍ଷର ଛୁଆ ନିଜର ବାପାଙ୍କ ଫୋନ୍ ରୁ ପୁଲିସ୍ କୁ କଲ୍ କରି ଥିଲା । ଆଉ କହିଥିଲା, “ପୁଲିସ୍ ଅଙ୍କଲ୍ ୫ଟି ହତ୍ୟା ହୋଇଯାଇଛି, ୫ ନମ୍ବର ଗଳି ସରକାରୀ ସ୍କୁଲ୍ ପାଖରେ । ଆପଣ ଶୀଘ୍ର ଆସନ୍ତୁ ମୁଁ ଏଠି ଏକୁଟିଆ ଅଛି” । ସୂଚନା ମିଳିବା ପରେ ତୁରନ୍ତ ପୁଲିସ୍ ଉକ୍ତ ସ୍ଥାନରେ ନିଜର ଟିମ୍ କୁ ଧରି ପହଞ୍ଚିଥିଲା । ହେଲେ ପହଞ୍ଚିବା ପରେ ସେହି ଭଳି କିଛି ବି ଘଟିନଥିଲା । ଏହାପରେ ପୁଲିସ୍ କଲ୍ ଆସିଥିବା ନମ୍ବରକୁ ପୁଣିଥରେ କଲ୍ କରିଥିଲା । କିନ୍ତୁ କେହି ବି ଉଠାଇନଥିଲେ । ବାରମ୍ବାର କଲ୍ କରିବା ପରେ ବି କେହି ଫୋନ୍ ଉଠାଇନଥିଲେ ।

ପାଖାପାଖି ୩୦ ମିନିଟ୍ ରେ ପୁଲିସ୍ ପୁଣିଥରେ ନମ୍ବରକୁ କଲ୍ କରିଥିଲା । ଏବେ ପିଲାଟିର ବାପା ଫୋନ୍ ଉଠାଇଥିଲେ । ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ଫୋନ୍ ଉଠାଇ ପୁଲିସ୍ କୁ କହିଥିଲେ ଯେ, ତାଙ୍କ ଝିଅ ପୁଲିସ୍ ସହ ପ୍ରାଙ୍କ୍ କରୁଥିଲା ଓ ହତ୍ୟା ହେବା ସୂଚନା ମିଛ ଥିଲା । ତେବେ ଖାଲି ଏହି କଲ୍ ନୁହେଁ ପୂର୍ବରୁ ମଧ୍ୟ ସେ ଏପରି ଭାବରେ ଅନେକ ପ୍ରାଙ୍କ୍ କଲ୍ କରିସାରିଛି ।

ଥରେ ସେ ନିଜର ଜଣେ ସମ୍ପର୍କିୟଙ୍କୁ ନିଜର ବାପାଙ୍କ ସଡ଼କ ଦୁର୍ଘଟଣା ହୋଇଥିବା କହିଥିଲା । ଏହାପରେ ପରିବାରର ଅନେକ ସଦସ୍ୟା ଆସି ପହଞ୍ଚିଯାଇଥିଲେ । ଆଉ ଏଥର ସେ କ୍ରାଇମ ଶୋ ସବୁ ଦେଖି ଜାଣି ଯାଇଥିଲା ଯେ ୧୧୨ କୁ ଡାଏଲ୍ କଲେ ପୁଲିସ୍ ଆସିଯାଏ । ତେଣୁ ସେ ପୁଲିସ୍ କୁ ଏକ ପ୍ରାଙ୍କ୍ କଲ୍ କରିଥିଲା ।

Get real time updates directly on you device, subscribe now.