fbpx

ବିଜୟରୁ ଅଲିମ୍ପିକ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିଜୟରୁ ନିଜର ଟୋକିଓ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭, ୨୧-୧୦ ସେଟରେ ପରାସ୍ତ କରିଛନ୍ତି । ୨୯ ମିନିଟର ମହିଳା ସିଙ୍ଗଲ୍ସ ମୁକାବିଲାକୁ ସିନ୍ଧୁ ନିଜ ନାମରେ କରିପାରିଛନ୍ତି । ତେବେ ସିନ୍ଧୁ ଆସନ୍ତା ୨୭ ତାରିଖରେ ହଂକଂର ଚ୍ୟୁଙ୍ଗ ଏନଗାନଙ୍କୁ ଭେଟିବେ ।

ଖେଳ ଆରମ୍ଭରୁ ସିନ୍ଧୁ ନିଜର ପ୍ରତିପକ୍ଷଙ୍କ ଉପରେ ଭାରି ପଡ଼ିବା ସହ ୧୩ ପଏଣ୍ଟ ହାସଲ କରିନେଇଥିଲେ । ଖେଳର ମଧ୍ୟାହ୍ନ ବିରତି ସୁଦ୍ଧା ସେ ୧୧-୫ ସେଟରେ ଆଗୁଆ ରହିବା ସହ ପ୍ରଥମ ସେଟ ୨୧-୭ରେ ଜିତି ନେଇଥିଲେ । ଦ୍ୱିତୀୟ ସେଟରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିଥିଲେ । ୱାର୍ଲ୍ଡ ରାକିଂରେ ୫୮ତମ ସ୍ଥାନରେ ଥିବା ସେନିୟା ମ୍ୟାଚକୁ ଫେରିବା ଖୁବ୍ ଉଦ୍ୟମ କରିଥିଲେ ହେଁ ସିନ୍ଧୁଙ୍କ ଆଗରେ ତିଷ୍ଠି ପାରିନଥିଲେ । ବର୍ତ୍ତମାନ ସିନ୍ଧୁ ବିଶ୍ୱ ରାକିଂରେ ୭ତମ ନମ୍ବର ସ୍ଥାନରେ ରହିଥିବା ବେଳେ ସେ ସହଜରେ ସେନିଆଙ୍କୁ ପରାଜିତ କରିଛନ୍ତି । ଆଜିର ଉଚ୍ଚକୋଟିର ପ୍ରଦର୍ଶନ ପରେ ସିନ୍ଧୁ ଭାରତ ପାଇଁ ପଦକ ଆଣିବେ ବୋଲି କ୍ରୀଡ଼ାପ୍ରେମୀଙ୍କ ଉତ୍କଣ୍ଠା ବଢ଼ାଇଛନ୍ତି ।

Get real time updates directly on you device, subscribe now.