fbpx
BSKY SKY
BSKY SKY

‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଲୀ: ୭୯ତମ “ମନ କି ବାତ୍” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଓଡ଼ିଶା ପୁଅ ଇସାକ୍ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ମୋଦୀ । ସମ୍ବଲପୂରର ୟୁଟ୍ୟୁବର୍ ହେଉଛନ୍ତି ଇସାକ୍ ମୁଣ୍ଡା । ସେ ୟୁଟ୍ୟୁବରେ ନିଜର ଏକ ଚ୍ୟାନେଲ୍ କରି ଭିଡିଓ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି ଇସାକ୍ । ମୋଦୀ ତାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ଆମ ପାଇଁ ପ୍ରେରଣା ବୋଲି କହିଥିଲେ । ସେ ଜଣେ ଦିନ ମଜୁରିଆରୁ କିପରି ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଛନ୍ତି ସେ ନେଇ ମୋଦୀ ତାଙ୍କର ପ୍ରଶଂସା କରିଛନ୍ତି । ଇସାକ୍ ନିଜ ୟୁଟ୍ୟୁବ ଚ୍ୟାନେଲ୍ ରେ ସ୍ଥାନୀୟ ବ୍ୟଞ୍ଜନ ଓ ପାରମ୍ପରିକ ଖାଦ୍ୟକୁ ଭିଡିଓ ମାଧ୍ୟମରେ ପରିବେଷଣ କରି ପ୍ରଚରେ ପ୍ରସାର କରନ୍ତି ।

ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ୍ ରେ ରୁହନ୍ତି ଇସାକ୍ ମୁଣ୍ଡା । ଦିନ ମଜୁରିଆରୁ ସେ ଏବେ ଲକ୍ଷପତି ୟୁଟ୍ୟୁବର ହୋଇଯାଇଛନ୍ତି । ନିଜର କଳାକୁ ପ୍ରଦର୍ଶନ କରି ସେ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରଥମେ ଚାଳ ଘରେ ରହୁଥିବା ବେଳେ ପରିଶ୍ରମ ବଳରେ ନିଜର ଏକ ଛାତ ଘର କରିଛନ୍ତି ଇସାକ୍ । ଆଉ ଏବେ ତାଙ୍କ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । କରୋନା କାଳରେ ରୋଜଗାର ଠପ୍ ହୋଇଯିବା ପରେ ସେ ୟୁଟ୍ୟୁବ୍ ରେ ଭିଡିଓ କରି ରୋଜଗାରର ମାଧ୍ୟମ ଖୋଜିଥିଲେ ।

Get real time updates directly on you device, subscribe now.