fbpx

ଗ୍ୟାଙ୍ଗଷ୍ଟାର୍ ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ହାଇଦର୍ ପୁଲିସ୍ ଏନକାଉଣ୍ଟର୍ ରେ ପ୍ରାଣ ହରାଇଛି । ବର୍ତ୍ତମାନ ତାର ଶବ ବ୍ୟବଚ୍ଛେଦ ଚାଲିଛି । ମୃତ ଦେହକୁ ନେବା ପାଇଁ ହାଇଦର୍ ର ପତ୍ନୀ ଓ ଦୁଇ ବୋହୂ ଉପସ୍ଥିତ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବ୍ୟବଚ୍ଛେଦ ଚାଲିଛି । ମାଜିଷ୍ଟ୍ରେଟ୍ ଓ ପୁଲିସ୍ ଉପସ୍ଥିତିରେ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି । ଏଥିରେ ହାଇଦର୍ ର ପକେଟ୍ ରୁ ଫୋନ୍ ଓ ଡାଏରୀ ମିଳିଛି । ହାଇଦର୍ ଶରୀରରେ ତିନି ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ୨ଟି କ୍ୟାମେରାରେ ସବୁ ପ୍ରକ୍ରିୟାକୁ ରେକର୍ଡ କରାଯାଉଛି ।

Get real time updates directly on you device, subscribe now.