fbpx

ଗୌରବମୟ ଭାରତ: ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କଲେ ପ୍ରିୟା ମଲ୍ଲିକ

ନୂଆଦିଲ୍ଲୀ: ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତ ଝିଅ ପ୍ରିୟା ମଲ୍ଲିକ । ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା । ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ସେ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ସୂଚନାଯୋଗ୍ୟ, ଗତକାଲି ଟୋକିଓ ଅଲିମ୍ପିକ୍ସ ମୀରବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ ।

ପୂର୍ବରୁ ପ୍ରିୟା ୨୦୧୯ ରେ ପୁଣେରେ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ, ୨୦୧୯ ରେ ଦିଲ୍ଲୀରେ ୧୭ ତମ ସ୍କୁଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏବଂ ୨୦୨୦ ରେ ପାଟନାରେ ଜାତୀୟ କ୍ୟାଡେଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୨୦ ମସିହାରେ ଅନୁଷ୍ଠିତ ଜାତୀୟ ସ୍କୁଲ୍ ଗେମ୍ସରେ ପ୍ରିୟା ମଲ୍ଲିକ ସ୍ୱର୍ଣ୍ଣ ଜିତିଥିଲେ ।

Get real time updates directly on you device, subscribe now.