fbpx

ମସଜିଦ୍ ପରିସରରେ ୮ ବର୍ଷର ନିରୀହ ଝିଅକୁ ଦୁଷ୍କର୍ମ, ଶୋଷଣ ପରେ କୁରାନ୍ ଛୁଆଁଇ କରାଇଲେ ଶପଥ

ନୂଆଦିଲ୍ଲୀ: ୮ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମନାକୁ ଆସିଛି । ଖାଲି ସେତିକି ନୁହେଁ ଦୁଷ୍କର୍ମ ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ଅଭିଯୁକ୍ତ ଜଣକ କୁରାନ୍ ଛୁଆଁଇ ଶପଥ ମଧ୍ୟ କରାଇଛନ୍ତି । ଏହିଭଳି ଏକ ଘୃଣ୍ୟ ଘଟଣା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ହୋଇଛି । ପୀଡ଼ିତା ଜଣକ ଯେତେବେଳେ ଘରେ ପହଞ୍ଚିଥିଲେ ଏହି ଘଟଣାର ଖୁଲାସା ହୋଇଥିଲା ।

ସୂଚନା ଯେ, ପୀଡ଼ିତା ଜଣକ ଘରେ ପହଞ୍ଚିବା ବେଳକୁ ତାଙ୍କ ଶରୀରରେ ରକ୍ତ ବୋହୁଥିଲା । ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ୍ କୁ ଏ ବାବଦରେ ଜଣାଇଥିଲେ । ମୈନପୁରୀ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଛି ।

ଘଟଣା କ୍ରମେ, ୫୨ ବର୍ଷିୟ ଅଭିଯୁକ୍ତ ଇନାମ୍ ଜମାଲ୍ ଗତ ୧୦ ବର୍ଷ ହେଲା ମସଜିଦ୍ ରେ ପ୍ରଭାରୀ ଭାବରେ କାମ କରି ଆସୁଛି । ସେଠାରେ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଏ । ପୀଡ଼ିତା ଜଣକ ମଧ୍ୟ ପାଠ ପଢ଼ିବାକୁ ଆସିଥିଲେ । ଘଟଣା ଦିନ ଅର୍ଥାତ୍ ବୁଧବାର ଦିନ ପୀଡ଼ିତା ବିଳମ୍ବରେ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ବେଳକୁ ତାଙ୍କ ପୋଷାକ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା । ଏହାପରେ ସେ ନିଜର ମାଆଙ୍କୁ ଏସମ୍ପର୍କରେ ଜଣାଇଥିଲା ।

Get real time updates directly on you device, subscribe now.