fbpx

ବନ୍ଦ ରହିବ ୮୦% ପେଟ୍ରୋଲ ପମ୍ପ୍

ଭୁବନେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲି ୮୦% ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ ସୂଚନା ମିଳିଛି । ପେଟ୍ରୋଲିୟମ ଡିଲର ଆସୋସିଏସନ ପକ୍ଷରୁ ଏହିପରି ବଡ଼ ନିଷ୍ପତ୍ତି ନିଆଯାଇଛି । ଆସୋସିଏସନର ସଭାପତି ସଶାଂଙ୍କ ଶେଖର ସାହୁ ଏନେଇ ସୂଚନା ଦେଇଛନ୍ତି । କୋଭିଡ଼-୧୯ ସଚେତନତା ପାଇଁ ଏହିପରି ପଦକ୍ଷେପ ନିଆଯାଇଛି । ଏହାସହ ଆସନ୍ତାକାଲି ବସ୍ ସେବା ମଧ୍ୟ ବନ୍ଦ ରହିବ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନରେ ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବ । ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜେ ନିଜ ଆଡ଼ୁ ସତର୍କ ରହିଲେ କରୋନାକୁ ଆମେ ପରାଜୟ କରିପାରିବା ।
ଭାରତରେ କରୋନାରେ ୨୮୫ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.