ନିର୍ଭୟା: ଜଲ୍ଲାଦ ବଖାଣିଲେ ଫାଶୀର କାହାଣୀ, କହିଲେ- ମରିବା ପୂର୍ବରୁ ସଇତାନଙ୍କ ମନରେ ନଥିଲା କୌଣସି ଅନୁତାପ

ସାତ ବର୍ଷର ଅପେକ୍ଷା ପରେ ଶେଷରେ ନିର୍ଭୟା ପୀଡିତାଙ୍କୁ ନ୍ୟାୟ ମିଳିଲା । ୪ ଦୋଷୀଙ୍କୁ ଶୁକ୍ରବାର ସକାଳ ୫.୩୦ରେ ତିହାର ଜେଲରେ ଫାଶୀ ଦିଆଗଲା । ସମଗ୍ର ଦେଶରେ ଏହାକୁ ନ୍ୟାୟର ସକାଳ ବୋଲି ମଧ୍ୟ କହିଲେ । ଅନ୍ୟପଟେ ଦୋଷୀମାନଙ୍କୁ ଫାଶୀରେ ଝୁଲାଇଥିବା ପୱନ ଜଲ୍ଲାଦ ଫାଶୀ ଦିନର ସମସ୍ତ କାହାଣୀ କହିଛନ୍ତି ।

ପୱନ କହିଛନ୍ତି ଯେ, ଫାଶୀ ଘରେ କାହାକୁ କହିବାକୁ ଅନୁମତି ଦିଆଯାଏ ନାହିଁ । ଏହି କାରଣରୁ ଫାଶୀ ଦିନ ସମେସ୍ତ କେବଳ ସଙ୍କେତରେ କାମ କରିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଜଲ୍ଲାଦ କହିଛନ୍ତି ଯେ, ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେଇ ମୁଁ ମୋର ଧର୍ମ ପାଳନ କରିଛି । ଏହା ଆମର ପୈତୃକ କାର୍ଯ୍ୟ ।’
ଏହା ସହ ପୱ ଜଲ୍ଲାଦ କହିଛନ୍ତି ଯେ, ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଅନୁତାପ କରିବା କଥା, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଅନୁତାପ କରିନଥିଲେ ।’
ତେବେ ୧୭ ମାର୍ଚ୍ଚରେ ତିହାର ଆସି ଏକ ଡମି ପରୀକ୍ଷା କରିଥିଲେ ଜଲ୍ଲାଦ । ଡମି ପରୀକ୍ଷା ପୂର୍ବରୁ ସେ ପ୍ରଥମେ ଫାଶୀର ଦଉଡିକୁ ଦହି ଓ କଦଳୀ ଦେଇ ନରମ କରିଥିଲେ ।

Uttarakhand Govt.

ଫାଶୀ ଦିନ ସକାଳେ ଦୋଷୀମାନଙ୍କ ହାତ ବାନ୍ଧି ଫାଶୀ ଗୃହ ନିକଟକୁ ନିଆଯାଇଥିଲା । ପ୍ରଥମେ ଅକ୍ଷୟ ଓ ମୁକେଶକୁ ଫାଶୀ ଘରକୁ ଅଣାଯାଇଥିଲା । ପରେ ପୱନ ଓ ବିନୟକୁ ଏକ ପଟା ଉପରେ ନିଆଯାଇଥିଲା । ଦୋଷୀମାନଙ୍କ ସହିତ ୫-୫ ବନ୍ଦୀରକ୍ଷକ ରହିଥିଲେ । ଦୋଷୀମାନଙ୍କୁ ଜଣ ଜଣ କରି ପଟା ଉପରକୁ ନିଆଯାଇଥିଲା । ଏହାପରେ ଅଭିଯୁକ୍ତଙ୍କ ଦଉଡିକୁ ଲିଭର ସହ ଯୋଡା ଯାଇଥିଲା । ଦୋଷୀଙ୍କ ମୁହଁରେ କପଡା ଘୋଡାଇ ଫାଶୀର ଦଉଡି ବେକରେ ପକାଇ ଯାଞ୍ଚ କରାଯାଇଥିଲା । ସମୟ ଅନୁଯାୟୀ ଜେଲ ଅଧିକାରୀଙ୍କ ନିର୍ଦ୍ଦେଶରେ ଲିଭର ଟାଣି ଦୋଷୀଙ୍କ ଫାଶୀ ଦିଆଯାଇଥିଲା ବୋଲି ପୱନ ଜଲ୍ଲାଦ କହିଛନ୍ତି ।