ରାଜ୍ୟରେ ୬ ବର୍ଷରେ ହୋଇଛି ୮,୧୫୯ ବାଲ୍ୟ ବିବାହ, ନବରଙ୍ଗପୁରରେ ସର୍ବାଧିକ

ସାମ୍ନାକୁ ଆସିଲା ରାଜ୍ୟର ବାଲ୍ୟବିବାହ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୬ ବର୍ଷରେ ହୋଇଛି ୮ ହଜାର ୧୫୯ ବାଲ୍ୟ ବିବାହ। ନବରଙ୍ଗପୁରରେ ସର୍ବାଧିକ ୧୩୪୭ ବାଲ୍ୟ ବିବାହ ହୋଇଛି। ଦ୍ୱିତୀୟରେ ଗଞ୍ଜାମରେ ୯୬୬ ବାଲ୍ୟ ବିବାହ।

୬୩୬ ଜଣ ବାଲ୍ୟ ବିବାହ କରିଛନ୍ତି କୋରାପୁଟରେ। ଏହା ତୃତୀୟ ସ୍ଥାନରେ ଅଛି। ଏଥିସହ ୬ ବର୍ଷରେ ଉଦ୍ଧାର ହୋଇଛନ୍ତି ୩୨୮ ଜଣ ଶିଶୁ ଶ୍ରମିକ। ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।