fbpx

ବିନା ଅକ୍ସିଜେନ ସିଲିଣ୍ଡରରେ କରୋନାକୁ ମାତ୍ ଦେଲେ ୮୨ ବର୍ଷୀୟା ମହିଳା, ଜାଣନ୍ତୁ କିପରି?

ୟୁପି,୨୭ ।୪: ସାରା ଦେଶ ଏକେ କରୋନା କବଳରେ ରହିଥିବା ବେଳେ ଅକ୍ସିଜେନ ଅଭାବରୁ ଅନେକ ଆକ୍ରାନ୍ତଙ୍କ ପ୍ରାଣ ଯାଉଛି । ଅକ୍ସିଜେନ ଅଭାବୀ ରାଜ୍ୟରେ ସାମିଲ ଅଛି ଉତ୍ତରପ୍ରଦେଶ । ଗୋଟିଏ ପଟେ ଅକ୍ସିଜେନ ଅଭାବରୁ ରୋଗୀମାନେ ଭୟଭୀତ ହେଉଥିବା ବେଳେ ଗୋରଖପୁରର ଜଣେ ୮୨ ବର୍ଷୀୟା ମହିଳା ବିନା ଅକ୍ସିଜେନ ସିଲିଣ୍ଡର ସାହାଯ୍ୟରେ କରୋନାକୁ ହରାଇ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିନା ସିଲିଣ୍ଡର ସାହାଯ୍ୟରେ ମହିଳା ଜଣକ ପ୍ରୋନିଂ ପୋଜିସନ ବା ଓଲଟା ଶୋଇକରି ନିଜର ଅକ୍ସିଜେନ ଲେବଲକୁ ବଢାଇଛନ୍ତି ।

ତେବେ ଗୋରଖପୁରର ଆଲିନଗରର ବିଦ୍ୟା ଶ୍ରୀବାସ୍ତବ ମାସ ଆରମ୍ଭରେ କରୋନା ପଜିଟିଭ୍ ହୋଇଥିଲେ । ତାଙ୍କ ବଡ ପୁଅ ହରି ମୋହନ ଶ୍ରୀବାସ୍ତବ କହିଛନ୍ତି ଯେ, ‘ ମା’ଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଥିଲା । ଦିନେ ତାଙ୍କର ଅକ୍ସିଜେନ ସ୍ତର ୭୯ କୁ ହ୍ରାସ ପାଇଥିଲା, ଫଳରେ ପରିବାରର ସବୁ ସଦସ୍ୟ ଚିନ୍ତାରେ ଥିଲୁ । ଏଥିରେ ହାର୍ ନମାନି ଆମେ ତାଙ୍କୁ ମିଛରେ ଓଲଟା ଶୋଇବାକୁ କହିଲୁ । ଧିରେ ଧିରେ ପରିସ୍ଥିତିରେ ସୁଧାର ଆସିଲା ଓ ୪ ଦିନରେ ମା’ଙ୍କ ଅକ୍ସିଜେନ ସ୍ତର ୯୪କୁ ବୃଦ୍ଧି ପାଇଲା ।

ପ୍ରୋନିଂ ପଦ୍ଧତି କ’ଣ ?
ଶରୀରରେ ଅକ୍ସିଜେନ ସ୍ତରରେ ହ୍ରାସ ଦେଖାଗଲେ, ଡାକ୍ତରମାନେ ପ୍ରୋନିଂ ପଦ୍ଧତି ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି । ପ୍ରୋନିଂ ପୋଜିସନ ପାଇଁ ନିଜ ବିଛଣା କିମ୍ବା ଚଟାଣ ଉପରେ ଛାତି ତଳକୁ ମୁହଁ କରି ଶୋଇକରି ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନିଅ । ଶରୀରରେ ଅକ୍ସିଜେନ ସ୍ତର ବଢାଇବାକୁ ଏହି ପୋଜିସନକୁ ବାରମ୍ବାର କରନ୍ତୁ ।

Get real time updates directly on you device, subscribe now.