fbpx

କରୋନା କାଳରେ ବଢ଼ିଲା ସୁନା-ରୂପା ଦାମ୍, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ,୨୭ ।୪: ସାରା ଦେଶ ଏକେ କରୋନା କବଳରେ ରହିଥିବା ବେଳେ ବଢିଛି ସୁନା-ରୂପା ଦାମ୍ । ଆଜି ଦିଲ୍ଲୀ ସରଫା ବଜାରରେ ସୁନା ଦାମ୍ ୧୦ ଗ୍ରାମ ପିଛା ମାତ୍ର ୬୯ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତାର ନୂତନ ଦାମ୍ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୪୬,୯୦୬ ଟଙ୍କା ଛୁଇଁଛି । ଏହାପୂର୍ବରୁ ବାଣିଜ୍ୟ ସେସନରେ ସୁନା ୧୦ ଗ୍ରାମ ପିଛା ୪୬,୮୩୭ ଟଙ୍କା ବନ୍ଦ ହୋଇଥିଲା । ଏଥି ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଆଜି ପ୍ରତି ଆଉନ୍ସ ୧,୭୭୮ ଡଲାରକୁ ଖସି ଆସିଛି ।

ଅନ୍ୟପଟେ ରୂପା ଦରରେ ମଧ୍ୟ ଏକ ତୀବ୍ର ଧାରା ଦେଖାଦେଇଛି । ଆଜି ଦିଲ୍ଲୀ ବୁଲିଅନ୍ ମାର୍କେଟରେ ରୂପା ଦାମ୍ ୨୫୫ ଟଙ୍କା ବୃଦ୍ଧି ପାଇ ୬୭,୮୯୦ ଟଙ୍କା ହୋଇଛି । ଏହାପୂର୍ବ ବାଣିଜ୍ୟ ସେସନ ରୂପା କିଲୋଗ୍ରାମରେ ୬୭,୬୩୫ ଟଙ୍କା ବନ୍ଦ ହୋଇଥିଲା । ଆଜି ଆନ୍ତର୍ଜାତୀୟ ବଜାରରେ ରୂପା ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ଓ ଏହା ପ୍ରତି ଆଉନ୍ସ ୨୬.୧୫ ଡଲାର ରହିଛି ।

Get real time updates directly on you device, subscribe now.