ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଦୁର୍ନୀତି । ଗିରଫ ହେଉଛନ୍ତି ସରକାରୀ ବାବୁ । ଗତ ୫ ବର୍ଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି । ଏବେ ମଧ୍ୟ ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରିଥିବା ବେଳେ ଚାଲିଛି ବିଚାର ପ୍ରକ୍ରିୟା ଚାଲୁରହିଛି
ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି । ଏନେଇ ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ଗୋଟି ପଦବୀ ସୃଷ୍ଟି କରିଥିବା ନେଇ ମଧ୍ୟ କହିଛନ୍ତି ମୋହନ ମାଝୀ ।