fbpx

‘୮୩’ରେ ଛାଇଲେ ରଣବୀର, ଦମଦାର୍ ଅଭିନୟକୁ ପ୍ରଶଂସାର ସୁଅ; ଫ୍ୟାନ୍ସ କହିଲେ- ଐତିହାସିକ

ମୁମ୍ବାଇ: ବଲିଉଡ୍ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର୍ ଖୁବ୍ ଦମଦାର୍ ହୋଇଛି । ଏଥିରେ ଆପଣ ୧୯୮୩ ର ସେହି ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିପାରିବେ, ଯେବେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍ ହାସଲ କରିଥିଲା । ଦିଗ୍ଗଜ ପୂର୍ବତନ କ୍ରିକେଟର୍ କପିଲ ଦେବଙ୍କ ଭୁମିକାରେ ନଜର ଆସିଥିବା ରଣବୀର ସିଂହଙ୍କ ଅଭିନୟ ଆପଣ ମାନଙ୍କୁ ଖୁବ୍ ପସନ୍ଦ ଆସିବ ନିଶ୍ଚୟ ।

ଏହି ଫିଲ୍ମରେ ରଣବୀର ଏକଦମ୍ କପିଲ ଦେବଙ୍କ ପରି ଦେଖାଯାଉଛନ୍ତି । ଏହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଫିଲ୍ମରେ କପିଲ ଦେବଙ୍କ ପତ୍ନୀଙ୍କ ଭୁମିକାରେ ଦୀପିକା ପାଦୁକୋନ୍ ନଜର ଆସିଛନ୍ତି । ଦୁହେଁ ଖୁବ୍ ଆକର୍ଷଣୀୟ ଅଭିନୟ କରିଛନ୍ତି ।

ଫିଲ୍ମର ଟ୍ରେଲର୍ କଥା କହିଲେ, ଆପଣ ମାନେ ଏହି ଟ୍ରେଲର୍ ମାଧ୍ୟମରେ ସେହି ଐତିହାସିକ ମୁହୂର୍ତ୍ତକୁ ଚାଲିଯିବେ ଯେଉଁ ସମୟରେ କ୍ରିକେଟ୍ ଇତିହାସରେ ଭାରତ ପ୍ରଥମ ବିଶ୍ୱକପ୍ ଜିତିଥିଲା ଓ ଦର୍ଶକଙ୍କ ବିଶ୍ୱାସ ରଖିଥିଲା । ଏଥିରେ ଆପଣମାନଙ୍କୁ ହାର୍ ଜିତ୍ ସବୁକିଛି ର ମଜା ନିଶ୍ଚିତ ଭାବରେ ଆସିବ । ଫ୍ୟାନ୍ସଙ୍କ ତରଫରୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିବାରେ ଲାଗିଛି ଏହି ଟ୍ରେଲରକୁ ।

 

Get real time updates directly on you device, subscribe now.