fbpx

କେବଳ ପରାଗ୍ ନୁହନ୍ତି ବରଂ ଏହି ଟପ୍ ଆମେରିକୀ କମ୍ପାନୀର ସୁପରବସ୍ ହେଉଛନ୍ତି ଭାରତୀୟ, ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର କୋ-ଫାଉଣ୍ଡର୍ ଜ୍ୟାକ୍ ଡୋରସେ ସିଇସ ପଦବୀ ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି । ଏବେ ଟୁଇଟର୍ ର ନୂତନ ସିଇଓ ଭାବରେ ଭାର ସମ୍ଭାଳିବେ ପରାଗ ଅଗ୍ରୱାଲ୍ । ଅର୍ଥାତ୍ ଜଣେ ଭାରତୀୟ ଟୁଇଟର୍ ର ସିଇଓ ପଦରେ ରହିବେ । ତେବେ କେବଳ ପରାଗ ନୁହନ୍ତି ବରଂ ଏହା ପୂର୍ବରୁ ଅନେକ ପ୍ରମୁଖ ଆମେରିକୀ କମ୍ପାନୀର ସିଇଓ ବନିସାରିଛନ୍ତି ଭାରତୀୟ । ଚାଲନ୍ତୁ ଜାଣିବା ଆମେରିକାର କିଛି ପ୍ରମୁଖ କମ୍ପାନୀର ସିଇଓ ପଦରେ ଥିବା ଭାରତୀୟଙ୍କ ସମ୍ପର୍କରେ …..

Google- ସୁନ୍ଦର ପିଚାଇ

ସୁନ୍ଦର ପିଚାଇ ଆଇଆଇଟି ମଦ୍ରାସରେ ପଢ଼ିଛନ୍ତି । ତାଙ୍କୁ ୨୦୧୫ ମସିହାରେ ଗୁଗୁଲର ସିଇଓ କରାଯାଇଥିଲା । ଏହାପରେ ୨୦୧୯ରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ର ମଧ୍ୟ ସିଇଓ କରାଗଲା । ସେ ୨୦୦୪ ମସିହାରେ ଗୁଗୁଲରେ ଜଏନ୍ କରିଥିଲେ । ସେ ଗୁଗୁଲ ଟୁଲବାର୍, କ୍ରୋମ୍ ର ଡେଭଲ୍ପମେଣ୍ଟ ଓ ଗୁଗୁଲ ବ୍ରାଉଜର୍ ରେ ମଧ୍ୟ କାମ କରିସାରିଛନ୍ତି ।

Microsoft- ସତ୍ୟ ନଦେଲ୍ଲା

ସତ୍ୟ ନଦେଲ୍ଲା ୨୦୧୪ ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ । ସେ ୧୯୯୨ ମସିହାରୁ ହିଁ ମାଇକ୍ରୋସପ୍ଟର ଏକ ଅଂଶ ହୋଇ ରହିଛନ୍ତି । ସେ ମାଇକ୍ରୋସପ୍ଟର ଅନେକ ପ୍ରମୁଖ ପ୍ରୋଜେକ୍ଟରେ କାମ କରିସାରିଛନ୍ତି । ସେ କର୍ଣ୍ଣାଟକର ମଣିପାଲ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରେ ପଢ଼ିଛନ୍ତି ।

IBM- ଅରବିନ୍ଦ କ୍ରିଷ୍ଣା

ଏପ୍ରିଲ ୨୦୨୦ରେ ଅରବିନ୍ଦ କ୍ରିଷ୍ଣାଙ୍କୁ ଆଇବିଏମ୍ ର ସିଇଓ କରାଯାଇଥିଲା । ୧୯୯୦ରେ ଆଇବିଏମ୍ ରୁ କ୍ୟାରିୟର୍ ଆରମ୍ଭ କରିଥିଲେ । କାନପୁର ଆଇଆଇଟିରୁ ପଢ଼ିଛନ୍ତି ଓ ୟୁନିଭର୍ସିଟି ଅଫ୍ ଇଲିନୋଇସ୍ ରୁ ପିଏଚଡି କରିଛନ୍ତି ।

Adobe- ସାନ୍ତନୁ ନାରାୟେନ୍

ସାନ୍ତନୁ ନାରାୟେନ୍ ୨୦୦୭ ରେ ଆଡୋବ୍ ର ସିଇଓ ହୋଇଥିଲେ । ସେ କମ୍ପାନୀରେ ପ୍ରଥମେ ୧୯୯୮ ମସିହାରେ ସିନିୟର୍ ଭିପି ଭାବରେ କାମ ଆରମ୍ଭ କରିଥିଲେ । ୨୦୦୫ରେ କମ୍ପାନୀ ତାଙ୍କୁ ସିଓଓ କରାଯାଇଥିଲା ଓ ଏହାର ଦୁଇବର୍ଷ ପରେ ତାଙ୍କୁ ସିଇଓ କରାଯାଇଥିଲା । ସେ ହାଇଦ୍ରାବାଦ୍ ର ଓସମାନିଆରେ ପଢ଼ିଛନ୍ତି ।

VMWare- ରଘୁ ରଖୁରାମନ୍

୨୦୧୨ ଏପ୍ରିଲ୍ ମାସରେ ରଘୁ ରଖୁରାମନଙ୍କୁ ଭିଏମ୍ ୱେର୍ ର ସିଇଓ କରାଯାଇଥିଲା । ସେ ଏହି କମ୍ପାନୀରେ ୨୦୦୩ରେ ଯୋଗଦେଇଥିଲେ । ସେ ଆଇଆଇଟି ବମ୍ବେରୁ ପାଠ ପଢ଼ାସାରିଛନ୍ତି ।

 

Get real time updates directly on you device, subscribe now.