fbpx

ଅମୀଷା ପଟେଲଙ୍କ ନାମରେ ୱାରେଣ୍ଟ: ଲକ୍ଷ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଡିସେମ୍ବର ୪ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏକ ଚେକ୍ ବାଉନ୍ସ ମାମଲାରେ ଫସିଯାଇଛନ୍ତି । ଏହି ମାମଲରେ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି ହେବା ସହ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍ ଜାରି କରାଯାଇଛି । ୟୁଟିଏଫ୍ ଟେଲିଫିଲ୍ମସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଅଭିଯୋଗ ଦାୟର କରାଯାଇଛି । ଅମୀଷା ଓ ତାଙ୍କ କମ୍ପାନୀ ଫିଲ୍ମ ନିର୍ମାଣ କରିବା ପାଇଁ ୟୁଟିଏଫ୍ ଠାରୁ ୩୨ ଲକ୍ଷ ୨୫ ହଜାର ଟଙ୍କା କରଜ ନେଇଥିଲେ । ତେବେ ଇତିମଧ୍ୟରେ ଏମ/ଏସ ଅମୀଷା ପଟେଲ ପ୍ରଡକ୍ସନ କମ୍ପାନୀ ଦ୍ୱାରା ଦିଆଯାଇଥିବା ଦୁଇଟି ଚେକ୍ ବାଉନ୍ସ ହୋଇଯାଇଛି ।

ଏନେଇ ୟୁଟିଏଫ୍ କମ୍ପାନୀର ଓକିଲ କହିଛନ୍ତି ଯେ, ପ୍ରଥମ ଶ୍ରେଣୀ ଜିଲ୍ଲା ନ୍ୟାୟାଧୀଶ ଅମୀଷାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ୟୁଟିଏଫ୍ ଦ୍ୱାରା ପୂର୍ବରୁ ଭୋପାଳ କୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ଯଦି ଆସନ୍ତା ୪ ତାରିଖରେ ଅମୀଷା କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଭୋପାଳ ଛଡ଼ା ଇନ୍ଦୋରରେ ମଧ୍ୟ ୧୦ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲା ଏହି ଅଭିନେତ୍ରୀଙ୍କ ନାମରେ ରହିଥିଲା । ଇନ୍ଦୋରର ପିଙ୍କ ସିଟିରେ ରହୁଥିବା ନିଶା ଛିପାଙ୍କଠାରୁ ଫିଲ୍ମ ନିର୍ମାଣ ପାଇଁ ଅମୀଷା ୧୦ ଲକ୍ଷ ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଅମୀଷାଙ୍କ ଦ୍ୱାରା ଦିଆଯାଇଥିବା ଚେକ୍ ଇନ୍ଦୋରର ଏକ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା ।

Get real time updates directly on you device, subscribe now.